ଓଡିଶା

odisha

ETV Bharat / city

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ଆସୁଛି କେନ୍ଦ୍ରୀୟ ଟିମ

By

Published : Jun 5, 2021, 9:52 PM IST

Updated : Jun 6, 2021, 6:40 AM IST

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ପହଞ୍ଚିବ କେନ୍ଦ୍ରୀୟ ଟିମ, ପ୍ରଭାବିତ 4 ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ
ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତାକାଲି ପହଞ୍ଚିବ କେନ୍ଦ୍ରୀୟ ଟିମ, ପ୍ରଭାବିତ 4 ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ

21:44 June 05

ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆଜି ପହଞ୍ଚିବ କେନ୍ଦ୍ରୀୟ ଟିମ

ଭୁବନେଶ୍ବର:ଆଜି ବାତ୍ୟା କ୍ଷୟକ୍ଷତି ଆକଳନ ପାଇଁ ଓଡିଶାରେ ପହଞ୍ଚିବ କେନ୍ଦ୍ରୀୟ ଟିମ । ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବଙ୍କ ନେତୃତ୍ବରେ ଆସୁଥିବା ଏହି ଟିମରେ 7 ଜଣ ସଦସ୍ୟ ରହିଛନ୍ତି ।  

ଏହି ଟିମ ଭୁବନେଶ୍ବରରେ ପହଞ୍ଚିବା ପରେ ଏସଆରସି ଏହି ଟିମକୁ ସ୍ବାଗତ କରିବେ । ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି କ୍ଷୟକ୍ଷତି ଆକଳନ କରିବେ ଏହି ଟିମ । ବାତ୍ୟା ୟସ  ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା 4 ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ 4 ଜିଲ୍ଲା ଗସ୍ତ କରିବ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ । ତେବେ 2 ଦିନର ଅନୁଧ୍ୟାନ ପରେ ରାଜ୍ୟ ଲୋକ ସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଏହି ଟିମ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।  

ଭୁବନେଶ୍ବରରୁ ଭବନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Jun 6, 2021, 6:40 AM IST

ABOUT THE AUTHOR

...view details