ଓଡିଶା

odisha

ETV Bharat / city

ବିଳମ୍ବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଲା କେନ୍ଦ୍ରୀୟ ଟିମ୍, ବିଜେଡି-କଂଗ୍ରେସର ଭର୍ତ୍ସନା - ବିଜେଡି କଂଗ୍ରେସ ସରକାରଙ୍କୁ ଭର୍ସନା

ବିଳମ୍ବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଲା କେନ୍ଦ୍ରୀୟ ଟିମ୍ । ବିଜେଡି କହିଲା ରୋଗୀ ମଲା ପରେ ଡାକ୍ତର ଆସିବା ସହ ସମାନ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବିଳମ୍ବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଲା କେନ୍ଦ୍ରୀୟ ଟିମ୍
ବିଳମ୍ବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଲା କେନ୍ଦ୍ରୀୟ ଟିମ୍

By

Published : Sep 16, 2020, 5:00 PM IST

Updated : Sep 16, 2020, 6:21 PM IST

ଭୁବନେଶ୍ବର: ବନ୍ୟାସ୍ଥିତିର ଆକଳନ ପାଇଁ ବିଳମ୍ବରେ ପହଞ୍ଚିଲା କେନ୍ଦ୍ରୀୟ ଟିମ । ଯାହାକୁ ନେଇ ବିଜେଡି କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ସେପଟେ ବିଜେପି କିନ୍ତୁ ଦେଇଛି ଭିନ୍ନ ମତ ।

ବିଳମ୍ବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଲା କେନ୍ଦ୍ରୀୟ ଟିମ୍
ବନ୍ୟା ଯିବାର ତିନି ସପ୍ତାହ ପରେ କେନ୍ଦ୍ରୀୟ ଟିମ ଆସିବାକୁ ନେଇ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ‘ରୋଗୀ ମଲା ପରେ ଡାକ୍ତର ଆସିବା ଯାହା, ବନ୍ୟା ପରେ କେନ୍ଦ୍ରୀୟ ଟିମ ଆସିବା ସହ ସମାନ’ । କେନ୍ଦ୍ର ସରକାର ସବୁବେଳେ ଏମିତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯାହା ଅନୁଧ୍ୟାନ କରିବେ ତାହା ତୁଳନାରେ କମ୍ ଅର୍ଥ ଦେବେ । ଆମ ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି । ସେମାନେ ସବୁବେଳେ ଓଡିଶା ଫୋକସରେ ରହୁଥିବା କଥା କହୁଛନ୍ତି । କଣ ଭୋଟ ପାଇଁ ଫୋକସରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ବିଳମ୍ବରେ କେନ୍ଦ୍ରୀୟ ଟିମ ଆସିବା ନେଇ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି ଯେ, ବିଳମ୍ବ ହେତୁ ସଠିକ କ୍ଷୟକ୍ଷତି ଆକଳନ ହୋଇପାରିବ ନାହିଁ । ଲୋକେ ଭଙ୍ଗା ଘର ସଜାଡି ସାରିଲେଣି, ଆଉଥରେ ଚାଷ କାର୍ଯ୍ୟ କଲେଣି ଏବେ ଆସିଲେ କଣ କରିବେ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ବିଜେପି ମଧ୍ୟ ରାଜ୍ୟ ସରକାର ନିଜେ ବନ୍ୟା କରେଇଛନ୍ତି ବୋଲି କହିଛି । ସେମାନଙ୍କ ଭୁଲ ପରିଚାଳନା ପାଇଁ ରାଜ୍ୟରେ ବନ୍ୟା କ୍ଷୟକ୍ଷତି ହେଲା । କେନ୍ଦ୍ର ସରକାର ସବୁ ସମୟରେ ଅର୍ଥ ଯୋଗାଇ ଦେଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ଏବେବି ସଠିକ ଆକଳନ ହୋଇପାରିବ ବୋଲି ସେ ଯୁକ୍ତି ବାଢିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Sep 16, 2020, 6:21 PM IST

ABOUT THE AUTHOR

...view details