ଭୁବନେଶ୍ବର: ରାଜ୍ୟରେ ଘରୋଇ ବସ ଚାଳନାକୁ ନେଇ ଆଜି ରାଜ୍ୟ ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ବସ୍ ଆସୋସିଏସନର ବୈଠକ ବସିଥିଲା । ବୈଠକରେ ବସ୍ ଆସୋସିଏସନ ସହ ବସ ଚାଳନାକୁ ନେଇ ଯେଉଁ ଆଲୋଚନା ଥିଲା ସରକାର କିଛି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଟ୍ୟାକ୍ସ ଛାଡ ନେଇ ଅର୍ଥ ବିଭାଗକୁ ଲେଖା ଯାଇଛି। ଫାଇନ୍ସ କ୍ଲିଅରାନ୍ସ ପରେ ଟ୍ୟାକ୍ସ ଛାଡ ହେବ ବୋଲି କହିଛନ୍ତି। କାଲି ଅଲ୍ ଓଡିଶା ବସ ଆସୋସିଏସନର ସାଧାରଣ ବୈଠକ ଅଛି ।
ବୁଧବାର ବସ ଆସୋସିଏସନ ବୈଠକ ପରେ ଚାଲିବ ବସ - ବସ ଆସୋସିଏସନ
ଘରୋଇ ବସ ଚାଳନାକୁ ନେଇ ଆଜି ରାଜ୍ୟ ସଚିବାଳୟରେ ପରିବହନ ମନ୍ତ୍ରୀଙ୍କ ସହ ବସ୍ ଆସୋସିଏସନ ର ବୈଠକ ବସିଥିଲା । ବୈଠକରେ ବସ୍ ଆସୋସିଏସନ ସହ ବସ ଚାଳନାକୁ ନେଇ ଯେଉଁ ଆଲୋଚନା ଥିଲା ସରକାର କିଛି ପ୍ରସ୍ତାବକୁ ଗ୍ରହଣ କରିଛନ୍ତି। ଅଧିକ ପଢନ୍ତୁ..
![ବୁଧବାର ବସ ଆସୋସିଏସନ ବୈଠକ ପରେ ଚାଲିବ ବସ the-bus-will-run-after-wednesdays-bus-association-meeting](https://etvbharatimages.akamaized.net/etvbharat/prod-images/768-512-7356014-thumbnail-3x2-bus.jpg)
ଏହା ପରେ ବସ୍ ଚଳାଚଳ ହେବ କି ନାହିଁ ଏନେଇ ନିଷ୍ପତ୍ତି ହେବ । ବୁଧବାର ବୈଠକରେ ଯଦି ସଫଳ ହେଲା ତାହେଲେ ଗୁରୁବାର ଠାରୁ ବସ୍ ଚାଲିବ। ବସ୍ ଚାଲିଲେ ସାନିଟାଇଜ୍ ଆମେ କରିବୁ । ଯେଉଁ କର୍ମଚାରୀ ମାନେ ବସ୍ ଚାଲେଇବେ ସେମାନଙ୍କୁ ସଚେତନ କରିବୁ । ସରକାରଙ୍କୁ ମଧ୍ୟ ଦାବି ଜଣେଇଛୁ ଲୋକଙ୍କୁ ବସ୍ ରେ ଯିବା ପାଇଁ ମଧ୍ୟ ସରକାର ସଚେତନ କରାନ୍ତୁ ବୋଲି କହିଛି ଓଡିଶା ଘରୋଇ ବସ୍ ମାଲିକ ସଂଘ ।
ବସରେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ନେବୁ । ରାଜ୍ୟରେ 14 ହଜାର ବସ ଚାଲୁଛି । ଏହାସହ 60ହଜାର କର୍ମଚାରୀ ନିର୍ଭର କରୁଛନ୍ତି । ତେଣୁ ସରକାର ଏହି ସବୁ ଘଟଣାକୁ ଅନୁଧ୍ୟାନ କରନ୍ତୁ ବୋଲି କହିଛି ସଂଘ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ