ଓଡିଶା

odisha

By

Published : Jul 24, 2021, 6:07 PM IST

ETV Bharat / city

ବିଏମସି ପକ୍ଷରୁ ଆରମ୍ଭ ହେଲା E ୱେଷ୍ଟ ସଂଗ୍ରହ ଅଭିଯାନ

ରାଜଧାନୀ ଭୁବନେଶ୍ବରକୁ ସବୁଜ ସୁନ୍ଦର ରଖିବାକୁ ବିଏମସିର ଏକ ଅଭିନବ ପ୍ରୟାସ । ପ୍ରତି ଶନିବାର ସହରରୁ ଇଲେକ୍ଟ୍ରୋନିକ ୱେଷ୍ଟ ସାମଗ୍ରୀକୁ ସଂଗ୍ରହ କରିବ BMC । ଅଧିକ ପଢନ୍ତୁ...

ବିଏମସି ପକ୍ଷରୁ ଆରମ୍ଭ ହେଲା E ୱେଷ୍ଟ ସଂଗ୍ରହ ଅଭିଯାନ
ବିଏମସି ପକ୍ଷରୁ ଆରମ୍ଭ ହେଲା E ୱେଷ୍ଟ ସଂଗ୍ରହ ଅଭିଯାନ

ଭୁବନେଶ୍ବର: ରାଜଧାନୀରେ ଆରମ୍ଭ ହେଲା ଇ-ୱେଷ୍ଟ ସଂଗ୍ରହ ଅଭିଯାନ । ଏନେଇ ବିଏମସି(BMC) ପକ୍ଷରୁ e ୱେଷ୍ଟ ସଂଗ୍ରହ ଅଭିଯାନ ନେଇ ସହରକୁ ପ୍ରଦୂଷଣ ଦାଉରୁ ରୋକିବାକୁ ବିଏମସି ପକ୍ଷରୁ ଶନିବାର ଠାରୁ ଆରମ୍ଭ ହୋଇଛି ଇଲେକ୍ଟ୍ରୋନିକ e ୱେଷ୍ଟ ସଂଗ୍ରହ ଅଭିଯାନ । ବିଏମସିର ନର୍ଥ ଜୋନ୍ ଅଧିନ ଗଜପତି ନଗର ଅଞ୍ଚଳରୁ ଏହି ଅଭିଯାନ ଆରମ୍ଭ ହୋଇଛି ।

ବିଏମସି ପକ୍ଷରୁ ଆରମ୍ଭ ହେଲା E ୱେଷ୍ଟ ସଂଗ୍ରହ ଅଭିଯାନ

ପ୍ରତି ଶନିବାର ଘର ଘର ବୁଲି ଲୋକଙ୍କ ଠାରୁ E ୱେଷ୍ଟ ସଂଗ୍ରହ କରିବେ ସଫେଇ କର୍ମଚାରୀ । ବିଏମସିର ସମସ୍ତ 67ଟି ୱାର୍ଡରେ କାର୍ଯ୍ୟକାରୀ ହେବ ଏହି ଅଭିଯାନ । ଘରେ ଥିବା ଅବ୍ୟବହୃତ ଇଲେକ୍ଟ୍ରୋନିକ ସାମଗ୍ରୀକୁ ଏଣେତେଣେ ବାହାରେ ନ ଫୋପାଡିବାକୁ ଲୋକଙ୍କୁ ବିଏମସି ପକ୍ଷରୁ କରାଯାଇଛି ନିବେଦନ । ପରବର୍ତ୍ତୀ ସମୟରେ ବିଏମସି ପକ୍ଷରୁ ଏଗୁଡ଼ିକର ସଠିକ୍ ସଦୁପଯୋଗ କରାଯିବ ବୋଲି ବିଏମସି ପକ୍ଷରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details