ଓଡିଶା

odisha

ETV Bharat / city

କୋରୋନା ମୁକାବିଲା ପାଇଁ ବିଏମସି ଗଠନ କଲା 3ଟି ଟିମ୍‌ - କୋରୋନା ମୁକାବିଲା ପାଇଁ ବିଏମସି ଟିମ୍‌

କୋରୋନ ମୁକାବିଲା ପାଇଁ ସରକାରଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ 3ଟି ଟିମ ଗଠନ କରାଯାଇଛି। ସକାଳୁ 2 ଘଣ୍ଟା ବୁଲି ସଫେଇ କାର୍ଯ୍ୟର ତଦାରଖ ପାଇଁ ବିଏମସି ଅଧିକାରୀଙ୍କୁ ଦାୟିତ୍ବ । ଅଧିକ ପଢନ୍ତୁ...

କୋରୋନା ମୁକାବିଲା ପାଇଁ ବିଏମସି ଗଠନ କଲା 3ଟି ଟିମ୍‌
କୋରୋନା ମୁକାବିଲା ପାଇଁ ବିଏମସି ଗଠନ କଲା 3ଟି ଟିମ୍‌

By

Published : Mar 14, 2020, 1:59 PM IST

Updated : Mar 14, 2020, 7:20 PM IST

ଭୁବନେଶ୍ବର: ସାରା ଦେଶରେ ଆତଙ୍କ ଖେଳାଇଛି ମହାମାରୀ କୋରୋନା ଭାଇରସ । ରାଜ୍ୟରେ ଏହି ଭାଇରସ ପ୍ରଭାବକୁ ରୋକିବା ପାଇଁ ସରକାର ଆଗୁଆ ସଚେତନ ହୋଇଛନ୍ତି । କୋରୋନା ଭାଇରସର ପ୍ରକୋପକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ସପିଂ ମଲ ଓ ସିନେମା ହଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ସାରିଛନ୍ତି ରାଜ୍ୟ ସରକାର । ଏପରି ସ୍ଥିତିରେ କୋରନା ମୁକାବିଲା ପାଇଁ ସରକାରଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ବିଏମସି ପକ୍ଷରୁ 3ଟି ଟିମ୍‌ ଗଠନ କରାଯାଇଛି।

କୋରୋନା ମୁକାବିଲା ପାଇଁ ବିଏମସି ଗଠନ କଲା 3ଟି ଟିମ୍‌

ଏହି ଟିମ୍‌ରେ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏହାସହ ଟିମ୍‌ରେ 3ଜଣ ଅତିରିକ୍ତ କମିଶନର, 2ଜଣ ଏନଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି । କୌଣସି ବିବାହ କିମ୍ବା ରିସେପ୍‌ସନ ପାର୍ଟି ବନ୍ଦ କରିବାକୁ ନିର୍ଦ୍ଦେଶ ନାହଁ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ଲୋକେ ନିଜେ ସଚେତନ ହେବାକୁ ପରାମର୍ଶ ଦିଆଯାଇଛି ।

ବିଏମସି ଓ ବିଡିଏ ଅଫିସରରେ ପାନ ଛେପ ପକାଇଲେ 500 ଟଙ୍କା ଜରିମାନା ପାଇଁ ବି ଆଦେଶ ଦିଆଯାଇଛି। ଅନ୍ୟପକ୍ଷେ ଏହି ଟିମ ସାନିଟାଇଜର କଲବଜାରୀକୁ ତଦାରଖ କରିବେ। ସକାଳୁ 2 ଘଣ୍ଟା ବୁଲି ସଫେଇ କାର୍ଯ୍ୟର ତଦାରଖ ପାଇଁ ମଧ୍ୟ ବିଏମସି ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 14, 2020, 7:20 PM IST

ABOUT THE AUTHOR

...view details