ଓଡିଶା

odisha

ETV Bharat / city

ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କ ସହ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା କରିବା ଅଭିଯୋଗରେ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି
ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

By

Published : Jan 4, 2021, 8:49 PM IST

ଭୁବନେଶ୍ବର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପୂର୍ବତନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କ ସହ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା ଏକ ପ୍ରତିଶୋଧ ମୂଳକ ରାଜନୀତିର ପରିଚାୟକ । ବିଜେପିର ଲୋକପ୍ରିୟତା ବଢ଼ୁଥିବାରୁ ଓ ବିଜୁ ଜନତା ଦଳର ଭ୍ରଷ୍ଟାଚାର ଓ ଅପରାଧ ପ୍ରବଣତା ପଦାରେ ପଡ଼ୁଥିବାରୁ ବିରୋଧୀ ରକ୍ତମୁଖା ହୋଇ ଆମ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନାହାଁନ୍ତି । ଏହା ବିରୁଦ୍ଧରେ ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି ।

ମାହାଙ୍ଗା ହତ୍ୟାକାଣ୍ଡ ପ୍ରତିବାଦରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

ଆମେ ଏହାର ଉଚିତ ଜବାବ ଦେବୁ ଓ ଓଡ଼ିଶାର କୋଣ ଅନୁକୋଣରେ ଏଇ ଗୁଣ୍ଡାରାଜ ବିରୁଦ୍ଧରେ ସ୍ୱର ଉତ୍ତଳନ କରିବୁ । ଗଣତନ୍ତ୍ରରେ ରାଜନୈତିକ ଗୁଣ୍ଡାରାଜର ସ୍ଥାନ ନାହିଁ । ଆଇନମନ୍ତ୍ରୀଙ୍କର ଗିରଫଦାରୀ ପ୍ରତିବାଦରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେପି । ସେଠାରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରାଯିବାକୁ ଦାବି କରାଯାଇଛି । ନଚେତ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବା ସହ ଆସନ୍ତାକାଲି ପ୍ରତି ଥାନାରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ସରକାର ଓ ମନ୍ତ୍ରୀଙ୍କ ବିରୁଦ୍ଧରେ FIR ଦାଖଲ କରାଯିବ ବୋଲ ବିଜେପି ପକ୍ଷରୁ ପ୍ରକାଶ ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details