ଓଡିଶା

odisha

ETV Bharat / city

ପିପିଲିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ପାଇଁ ବିଜେପିର ଦାବି - ପିପିଲିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ବିଜେପିର ଦାବି

ପିପିଲି ରାଜନୀତିକୁ ନେଇ ବିଜେଡି ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ କହିଛନ୍ତି, ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ଅଧିକ ପଢନ୍ତୁ...

ପିପିଲିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ବିଜେପିର ଦାବି
ପିପିଲିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ବିଜେପିର ଦାବି

By

Published : Apr 12, 2021, 9:28 PM IST

Updated : Apr 12, 2021, 9:56 PM IST

ଭୁବନେଶ୍ବର :ପିପିଲି ରାଜନୀତିକୁ ନେଇ ବିଜେଡି ଉପରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର । ସେ କହିଛନ୍ତି, ପିପିଲି ଉପନିର୍ବାଚନରେ ଶାସକ ବିଜେଡିକୁ ନିର୍ବାଚନ ପରାଜୟର ଭୟ ଘାରିଛି । ସେଥିପାଇଁ ବିଜେଡିର ଗୁଣ୍ଡମାନେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ଏପ୍ରିଲ ୧୦ ତାରିଖରେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ ଏବଂ ବୁଥ ସଭାପତି ସରୋଜ ସେଠୀଙ୍କୁ ବିଜେଡି କର୍ମୀ ଲିଙ୍ଗରାଜ ସ୍ବାଇଁ ଏବଂ ତାଙ୍କ ସହଯୋଗୀ ମାନେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ ସମ୍ବିତ ପାତ୍ର କହିଛନ୍ତି ।

ପିପିଲିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ବିଜେପିର ଦାବି

ଏପ୍ରିଲ ୧୧ରେ ପିପିଲି ନିର୍ବାଚନ ମଣ୍ଡଳୀର ଡେଲାଙ୍ଗ ଥାନା ଅନ୍ତର୍ଗତ ବେନାପୁଡ ପଞ୍ଚାୟତର ବାହ୍ମଣବାଡ ଗ୍ରାମରେ ବିଜେପି କର୍ମୀଙ୍କୁ ଆକ୍ରମଣ କରାଯାଇଛି । ବିଜେପି କର୍ମୀ ଅଶ୍ୱିନ କୁମାର ସାହୁ ଏବଂ ତାଙ୍କର ୪ ଜଣ ସହଯୋଗୀ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସମୟରେ ବିଜେଡି କର୍ମୀ ପଣେଇ ଜେନା, କୁଶ ସ୍ବାଇଁଙ୍କ ସମେତ ୪ ଜଣ ବିଜେଡିର ଗୁଣ୍ଡା ବିଜେପି କର୍ମୀଙ୍କୁ କାଠଫାଳିଆରେ ମାଡ ମାରିଥିଲେ । ପରେ ସେମାନେ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବା ଏବଂ ବୋମା ପକାଇ ହତ୍ୟା କରିବାର ଭୟ ଦେଖାଇଥିଲେ ।

ବିଜେଡି ଗୁଣ୍ଡାମାନେ ବିଜେପି କର୍ମୀ ସତ୍ୟବାଦୀ ଚଇନୀ, ମନୋରନ ବରାଳ, ସାଗର ଦାସଙ୍କ ମୁଣ୍ଡକୁ ମାଡ ମାରିବା ସହ ଅଶ୍ବିନ ସାହୁଙ୍କ ବେକରେ ଥିବା ୨ ଭରି ସୁନା ଚେନକୁ ଲୁଟି ଲେଇଥିଲେ । ଏସମସ୍ତ କାର୍ଯ୍ୟ ଶାସକ ଦଳର ବିଧାୟକ, ବରିଷ୍ଠ ନେତାଙ୍କ ଇଙ୍ଗିତରେ କରାଯାଇଥିଲା । ପୋଲିସ ମଧ୍ୟ ଶାସକ ଦଳ ଇସାରାରେ ସେଠାରେ କାର୍ଯ୍ୟ କରୁଛି । ଆଗାମୀ ଉପନିର୍ବଚନରେ ବିଜେଡି ବୁଥ ରିଗିଂ ଓ କ୍ୟାପଚରିଂ କରିବାର ଆଶଙ୍କା ରହିଛି । ତେଣୁ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ପାଇଁ ବିଜେପିର ଏକ ପ୍ରତିନିଧୀ ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧୁକାରୀଙ୍କୁ ଭେଟି ଦାବି କରିଛି ।

ଆଗାମୀ ପିପିଲି ଉପନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ବିଭିନ୍ନ ସମ୍ବେଦନଶୀଳ ଓ ଅତିସମ୍ବେଦନଶୀଳ ବୁଥ ଗୁଡିକରେ କେନ୍ଦ୍ରୀୟ ସୁରକ୍ଷା ବଳ ମୃତୟନ କରିବା ସହ ସିସିଟିଭି ଲଗାଇବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି । ଏହି ପ୍ରତିନିଧୀ ଦଳରେ ରଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଏବଂ ଲିଗାଲ କୋଡ଼ିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 12, 2021, 9:56 PM IST

ABOUT THE AUTHOR

...view details