ଓଡିଶା

odisha

ETV Bharat / city

ଦିବ୍ୟାଙ୍ଗ ଭିକ୍ଷୁକଙ୍କ ପାଇଁ ଥଇଥାନ କେନ୍ଦ୍ର ଲୋକାର୍ପିତ - ଦିବ୍ୟାଙ୍ଗ ଭିକ୍ଷୁକ

ସ୍ମାର୍ଟସିଟି ଭୁବନେଶ୍ୱରରେ ଭିକ୍ଷୁକଙ୍କ ପାଇଁ ଥଇଥାନ କେନ୍ଦ୍ରର ଶୁଭାରମ୍ଭ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । 100 ଶଯ୍ୟା ବିଶିଷ୍ଟ ଥଇଥାନ କେନ୍ଦ୍ରର କଲେ ଲୋକାର୍ପିତ । ଅଧିକ ପଢନ୍ତୁ...

ଦିବ୍ୟାଙ୍ଗ ଭିକ୍ଷୁକଙ୍କ ପାଇଁ ଥଇଥାନ କେନ୍ଦ୍ର ଲୋକାର୍ପିତ
ଦିବ୍ୟାଙ୍ଗ ଭିକ୍ଷୁକଙ୍କ ପାଇଁ ଥଇଥାନ କେନ୍ଦ୍ର ଲୋକାର୍ପିତ

By

Published : May 4, 2021, 8:37 PM IST

ଭୁବନେଶ୍ବର: ଦିବ୍ୟାଙ୍ଗ ଭିକ୍ଷୁକଙ୍କ ପାଇଁ ଥଇଥାନ କେନ୍ଦ୍ର ଶୁଭାରମ୍ଭ । ସ୍ମାର୍ଟସିଟିରେ ଏବେ ଦିବ୍ୟାଙ୍ଗ ଭିକ୍ଷୁକ ମାନେ ରହିବାର ସୁବିଧା ପାଇପାରିବେ । ଦିବ୍ୟାଙ୍ଗ ଭିକ୍ଷୁକଙ୍କୁ ଏବେ ବିଏମସି ସାହା ।

ମଙ୍ଗଳବାର ସନ୍ଧ୍ୟାରେ ସ୍ମାର୍ଟସିଟି ଭୁବନେଶ୍ୱରରେ ବିଏମସି ଦକ୍ଷିଣ ପଶ୍ଚିମ ମଣ୍ଡଳ ଅଧୀନରେ ଘାଟିକିଆ ଠାରେ 100 ଶଯ୍ୟା ବିଶିଷ୍ଟ ଥଇଥାନ କେନ୍ଦ୍ର ଲୋକାର୍ପିତ । ସାମାଜିକ ନିରାପତ୍ତା ଓ ବିଜ୍ଞାନ ପ୍ରଯୁକ୍ତି ବିଦ୍ଯା ମନ୍ତ୍ରୀ ତଥା ଏକାମ୍ର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ୱାରା ଉଦଘାଟିତ ହେଲା ଦିବ୍ୟାଙ୍ଗ ଭିକ୍ଷୁକ ଥଇଥାନ କେନ୍ଦ୍ର ।ଭୁବନେଶ୍ୱରର ମଧ୍ୟ ଓ ଉତ୍ତର ବିଧାୟକ, ବିଏମସି ଅତିରିକ୍ତ କମିଶନର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବୁଲୁଥିବା ଭିନ୍ନକ୍ଷମ ଭିକ୍ଷୁକଙ୍କୁ ଏହି ଥଇଥାନ କେନ୍ଦ୍ରରେ ଖାଦ୍ୟ ପେୟ ଠାରୁ ଆରମ୍ଭ କରି ରହିବାର ସୁଯୋଗ ମିଳିବ । ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଆଗକୁ ସ୍ୱତନ୍ତ୍ର ତାଲିମ ଦିଆଯିବ ।



ଏସଏସପିଡି ବିଭାଗ ଓ ବିଏମସିର ମିଳିତ ପ୍ରଚେଷ୍ଟାରେ ଏହି ଥଇଥାନ କେନ୍ଦ୍ର ଚାଲିବ।ଭୁବନେଶ୍ୱରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଓ ପ ସ ଏହାର ସମସ୍ତ ଦାୟୀତ୍ୱ ତୁଲାଇବ ।


ବିଏମସି ଦ୍ୱାରା ଉତ୍ତର ,ଦକ୍ଷିଣ ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଯୋନ ରେ ତିନୋଟି ଥଇଥାନ କେନ୍ଦ୍ର ଲୋକାର୍ପିତ ହେବ।ଉତ୍ତର ଯୋନ ରେ ମହିଳା ଓ ଶିଶୁ ଭିକ୍ଷୁକଙ୍କ ପାଇଁ ୧୦୦ ଶଯ୍ୟା,ଦକ୍ଷିଣ ପୂର୍ବ ଜୋନରେ ବୟସ୍କ ଭିକ୍ଷୁକଙ୍କ ପାଇଁ ମଧ୍ୟ ୧୦୦ ଶଯ୍ୟା ବିଶିଷ୍ଟ ଥଇଥାନ କେନ୍ଦ୍ର ଖୁବଶୀଘ୍ର ଲୋକାର୍ପିତ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details