ଭୁବନେଶ୍ବର: ଆସନ୍ତାକାଲି ଠାରୁ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। 24 ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ପ୍ରତି ଜିଲ୍ଲା ସ୍ତରରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ କଳାକାର ସଂଘ ଚେତାବନୀ ଦେଇଛି ।
ଆଜି ସ୍ଥାନୀୟ ଉତ୍କଳ ସାମ୍ବାଦିକ ଭବନ ପରିସରରେ ଯାତ୍ରାକଳାକାର କର୍ମଚାରୀ ମହାସଂଘ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦୀର୍ଘ 11 ମାସ ହେବ କରୋନା କଟକଣା ଯୋଗୁଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବନ୍ଦ ରହିଛି। ଏହା ମଧ୍ୟରେ ସରକାର ଅନ୍ୟାନ୍ୟ ବନ୍ଦ କାର୍ଯ୍ୟକ୍ରମ ଗୁଡିକୁ ଉନ୍ମୁକ୍ତ କରି ସାରିଥିବା ବେଳେ ଯାତ୍ରା ଅନୁଷ୍ଠାନଙ୍କ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରତି କଟକଣା ଜାରି ରଖିଛନ୍ତି। ଫଳରେ ରାଜ୍ୟରେ ଥିବା 3 ଲକ୍ଷରୁ ଉର୍ଦ୍ଧ୍ବ କଳାକାର ଓ ତାଙ୍କ ପରିବାରର ସଦସ୍ୟମାନେ ନାନା ପ୍ରକାର ସମସ୍ୟା ଦେଇ ଗତି କରୁଛନ୍ତି ।