ଭୁବନେଶ୍ବର: ବାତ୍ୟା ୟସ ମୁକାବିଲା ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କ ହେବ ଆଣ୍ଟିଜେନ୍ ପରୀକ୍ଷା। ବାତ୍ୟା ସମୟରେ ଅନେକ କ୍ଷୟକ୍ଷତି ଘଟିଥାଏ। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ବ୍ୟକ୍ତିଙ୍କୁ ନିୟୋଜିତ କରାଯାଇଥାଏ। ତେବେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତଙ୍କର ଆଣ୍ଟିଜେନ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
ବାତ୍ୟା ‘ୟସ’ ମୁକାବିଲାରେ ନିୟୋଜିତ କର୍ମଚାରୀଙ୍କ ହେବ ଆଣ୍ଟିଜେନ ଟେଷ୍ଟ - ବାତ୍ୟା ଦାୟିତ୍ବରେ ଥିବା କର୍ମଚାରୀଙ୍କ ହେବ କୋଭିଡ ଟେଷ୍ଟ
ବାତ୍ୟା ୟସ ମୁକାବିଲା ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କ ହେବ ଆଣ୍ଟିଜେନ୍ ପରୀକ୍ଷା । ଅଧିକ ପଢନ୍ତୁ...
ଆସୁଥିବା ଘୂର୍ଣ୍ଣିବଳୟ ୟସ ଦ୍ବାରା ରାଜ୍ୟ କ୍ଷୟକ୍ଷତି ହେବାର ଆଶଙ୍କା ଅଧିକ ରହିଛି। ଘୂର୍ଣ୍ଣିବଳୟର ପ୍ରବଳ ପବନ ଯୋଗୁଁ ବିଦ୍ୟୁତ୍ ବିତରଣ ନେଟୱାର୍କରେ ବ୍ୟାପକ କ୍ଷତି ହେବାର ଆଶଙ୍କା ମଧ୍ୟ ରହିଛି। ବିଦ୍ୟୁତ ବିତରଣ ନେଟୱାର୍କର ସାଇକ୍ଲୋନ୍ ପରବର୍ତ୍ତୀ ପୁନରୁଦ୍ଧାର ପାଇଁ TPCODL ଏବଂ TPNODL ଦ୍ବାରା ପ୍ରାୟ 10,000 ରୁ 12,000 କର୍ମଚାରୀ ସାମିଲ ହୋଇଛନ୍ତି । ଏହି କର୍ମଚାରୀଙ୍କ ମଧ୍ୟରେ କରୋନା ସଂକ୍ରମଣକୁ ରୋକିବାକୁ ନେଇ ସମସ୍ତଙ୍କୁ ଟେଷ୍ଟ କରାଯିବ। ଯାହାଫଳରେ ବାତ୍ୟା ପରବର୍ତ୍ତୀ ସମୟରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣଙ୍କ ସୁରକ୍ଷିତ ଓ ଅନ୍ୟମାନଙ୍କ ମଧ୍ୟ ସୁରକ୍ଷିତ ରହିପାରିବେ। ତେଣୁ ସମସ୍ତଙ୍କୁ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂର ବ୍ୟବସ୍ଥା କରିବାକୁ ସମସ୍ତ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ