ଓଡିଶା

odisha

ETV Bharat / city

ପରିଣତ ବୟସରେ ପିତାମାତାଙ୍କ ସହାରା ହୁଅନ୍ତୁ ପୁଅଝିଅ: ବାଚସ୍ପତି - Odisha International Center organized ananda utsav

ଆଜିର ଯୁବପିଢ଼ି ପିତାମାତାଙ୍କ କଷ୍ଟକୁ ଅନୁଭବ କରିବା ସହ ତାଙ୍କ ପରିଣତ ବୟସରେ ସହାରା ହେବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସ୍ଥାନୀୟ ସୂଚନା ଭବନ ପରିସରରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ‘‘ଆନନ୍ଦ ଉତ୍ସବ’’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି । ଅଧିକ ପଢନ୍ତୁ...

ପରିଣତ ବୟସରେ ପୁଅ-ଝିଅମାନେ ପିତାମାତାଙ୍କ ସହାରା ହୁଅନ୍ତୁ : ବାଚସ୍ପତି
ପରିଣତ ବୟସରେ ପୁଅ-ଝିଅମାନେ ପିତାମାତାଙ୍କ ସହାରା ହୁଅନ୍ତୁ : ବାଚସ୍ପତି

By

Published : Mar 7, 2021, 9:49 PM IST

ଭୁବନେଶ୍ବର : ପିତାମାତା ମାନେ ସେମାନଙ୍କ ଜୀବନ କାଳ ମଧ୍ୟରେ ନିଜକୁ ଦୁଃଖ-ଯନ୍ତ୍ରଣା ସହି ପୁଅ ଓ ଝିଅ ମାନଙ୍କୁ ମଣିଷ କରିବାରେ ଜୀବନ ବିତାଇ ଦିଅନ୍ତି । ଆଉ ପରିଣତ ବୟସରେ ସେମାନେ ଏକା ହୋଇ ଯାଆନ୍ତି । ଯାହାକି ବର୍ତ୍ତମାନ ସମୟରେ ଅଧିକ ମାତ୍ରାରେ ଦେଖିବାକୁ ମିଳିଛି । ନିଜ ପାଖରେ ଅଧିକ ଧନ ସମ୍ପତ୍ତି ଥାଇ ମଧ୍ୟ ମଣିଷ ଏକା ଅନୁଭବ କରୁଛି । ତେଣୁ, ଆଜିର ଯୁବପିଢ଼ି ଏହାକୁ ଅନୁଭବ କରିବା ସହ ପିତାମାତାଙ୍କ ପରିଣତ ବୟସରେ ତାଙ୍କର ସାହାରା ହେବାକୁ ନିବେଦନ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ପରିଣତ ବୟସରେ ପୁଅ-ଝିଅମାନେ ପିତାମାତାଙ୍କ ସହାରା ହୁଅନ୍ତୁ : ବାଚସ୍ପତି

ଆଜି ସ୍ଥାନୀୟ ସୂଚନା ଭବନ ପରିସରରେ ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆୟୋଜିତ ‘‘ଆନନ୍ଦ ଉତ୍ସବ’’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ 70 ବର୍ଷରୁ ଉର୍ଦ୍ଧ୍ବ 25 ଜଣ ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମୁମ୍ବାରର ପୂର୍ବତନ ପୋଲିସ୍ କମିଶନର ତଥା ବର୍ତ୍ତମାନ ବିଜେଡି ନେତା ଅରୁପ ପଟ୍ଟନାୟକ, ଜୟ ଓଡ଼ିଶାର ମୁଖ୍ୟ ରୁଦ୍ର ସାମନ୍ତରାୟ ଓ ବରିଷ୍ଠ ଚିକିତ୍ସକ ତଥା ସାହିତ୍ୟିକ ଗିରୀଶ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।


ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details