ଓଡିଶା

odisha

ETV Bharat / city

କୋଭିଡ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଫେରାର ଆମ୍ବୁଲାନ୍ସ - କୋରୋନା ରୋଗୀଙ୍କୁ ରାସ୍ତା କଡରେ ଶୁଆଇ ଦେଇ ଫେରାର ହୋଇଗଲା ଆମ୍ବୁଲାନ୍ସ

ରାଜଧାନୀରେ ଅଭାବନୀୟ ଘଟଣା । କୋଭିଡ ଆକ୍ରାନ୍ତ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଆମ୍ବୁଲାନ୍ସ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

କୋଭିଡ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଫେରାର ହୋଇଗଲା ଆମ୍ବୁଲାନ୍ସ
କୋଭିଡ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଫେରାର ହୋଇଗଲା ଆମ୍ବୁଲାନ୍ସ

By

Published : May 23, 2021, 8:26 PM IST

ଭୁବନେଶ୍ବର: ରାଜଧାନୀରେ ଅଭାବନୀୟ ଘଟଣା । କେମିତି କୋଭିଡ ଚିକିତ୍ସା ଓ ପରିଚାଳନା ଚାଲିଛି ତାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି। କୋଭିଡ ଆକ୍ରାନ୍ତ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଆମ୍ବୁଲାନ୍ସ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି ।

କୋଭିଡ ରୋଗୀକୁ ରାସ୍ତା କଡରେ ଶୁଆଇ ଦେଇ ଫେରାର ହୋଇଗଲା ଆମ୍ବୁଲାନ୍ସ

ନୟାପଲ୍ଲୀ ଅଞ୍ଚଳରେ ଜଣେ 35 ବର୍ଷୀୟ ଯୁବକ ଭଡା ଘରେ ରହୁଥିଲେ। ଶନିବାର ସକାଳେ ସେ ଅସୁସ୍ଥ ଅନୁଭବ କରିବା ପରେ ଆମ୍ବୁଲାନ୍ସ ଡାକି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ।

ଯୁବକ ଜଣଙ୍କ କୋଭିଡରେ ଆକ୍ରାନ୍ତ ହୋଇଥିବା ଜାଣିବା ପରେ ଆମ୍ବୁଲାନ୍ସଟି ତାଙ୍କୁ କଳିଙ୍ଗ ଷ୍ଟାଡିୟମ 8 ନମ୍ବର ଗେଟ ନିକଟ ମୋ ବସ ଷ୍ଟପ ରାସ୍ତା କଡରେ ଛାଡି ପଳାଇଥିଲେ।

ଦୀର୍ଘ ସମୟ ପରେ ଯୁବକ ଜଣଙ୍କ ଘର ମାଲିକଙ୍କୁ ଫୋନ କରି ଡାକିବା ପରେ ମାଲିକ ସେଠାରେ ପହଞ୍ଚିଥିଲେ । ଏହାପରେ ଜୟଦେବ ବିହାର ଠାରେ କାର୍ଯ୍ୟରତ ଥିବା ପୋଲିସଙ୍କୁ ଏନେଇ ଜଣାଇଥିଲେ। ଏପଟେ ଆଉ ଏକ ଆମ୍ବୁଲାନ୍ସକୁ ଡାକି ପୁଣି ଯୁବକଙ୍କୁ କୋଭିଡ ହସ୍ପିଟାଲକୁ ନିଆଯାଇଥିଲା।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

TAGGED:

bbsr news

ABOUT THE AUTHOR

...view details