ଭୁବନେଶ୍ବର: ଓଡ଼ିଶାରେ ହେବାକୁ ଯାଉଛି 5ମ ଜାତୀୟ ବରିଷ୍ଠ ଟେନିସ ବଲ କ୍ରିକେଟ ଚମ୍ପିଆନସିପ। ଯାହାକି ଆସନ୍ତା 10 ତାରିଖରେ ଉଦ୍ଘାଟିତ ହେବ ଓ14 ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ।
ଆସନ୍ତା 10ରୁ ଓଡିଶାରେ 5ମ ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିଆନସିପ ଏହା ଉଭୟ ପୁରୁଷ ଓ ମହିଳା ବର୍ଗରେ ଖେଳାଯିବ ବୋଲି ଓଡିଶା ଟେନିସ ବଲ କ୍ରିକେଟ ଆସୋସିଏସନ ପକ୍ଷରୁ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ଆସନ୍ତା 10ରୁ 5ମ ଜାତୀୟ ଟେନିସ ବଲ କ୍ରିକେଟ ଚମ୍ପିଆନସିପ ଏହି ପ୍ରତିଯୋଗିତାରେ 22ଟି ପୁରୁଷ ଟିମ ଭାଗ ନେଉଥିବା ବେଳେ 9ଟି ମହିଳା ଟିମ ଭାଗ ନେଉଥିବା ଓଡିଶା ସଂଘର ସାଧାରଣ ସମ୍ପାଦକ ଶୈବଲ କୁମାର ମିତ୍ର ପ୍ରକାଶ କରିଛନ୍ତି।
ଏହି ପ୍ରତିଯୋଗିତାର ମ୍ୟାଚ ଗୁଡିକ ସେଞ୍ଚୁରିଆନ ୟୁନିଭରସିଟି ଓ ଜୟଦେବ କଲେଜ ,ନାହାରକଣ୍ଟା ପଡ଼ିଆରେ ଖେଳାଯିବ ବୋଲି ଜଣାପଡିଛି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ