ଓଡିଶା

odisha

ETV Bharat / city

ଅଟକାଇପାରିନି ଥାଲେସେମିଆ, ରାଜାଙ୍କୁ ପରିଚୟ ଦେଲା କଳା - thalassemia patient

ଦୃଢ ଇଚ୍ଛାଶକ୍ତି, ଅଦମ୍ୟ ସାହସ ଆଗରେ ହାର ମାନିଛି ଥାଲେସେମିଆ । ପରିସ୍ଥିତି ଏମିତି ଥିଲା ଯେ ପାଠ ସିନା ପଢିପାରିଲେନି, କିନ୍ତୁ ଆଜି ସ୍ବଚେଷ୍ଟାରେ ସେ କାଗଜ କାରିଗରୀରେ ରାଜା । ଅଧିକ ପଢନ୍ତୁ...

paper carft artist raja
ଅଟକାଇପାରିନି ଥାଲେସେମିଆ, ରାଜାଙ୍କୁ ରୋଜଗାର ଦେଲା କଳା

By

Published : Mar 13, 2020, 2:43 PM IST

ଭୁବନେଶ୍ବର: ଦୃଢ ଇଚ୍ଛାଶକ୍ତି, ଅଦମ୍ୟ ସାହସ ଆଗରେ ହାର ମାନିଛି ଥାଲେସେମିଆ । ସ୍ମରଣଶକ୍ତି ହ୍ରାସ ଲାଗି ପାଠ ସିନା ପଢିପାରିଲେନି, ହେଲେ ନିଜ ଭିତରେ ଥିବା କଳାକୁ ସମସ୍ତଙ୍କ ସାମ୍ନାକୁ ଆଣି ଉଦାହରଣ ପାଲଟିଛନ୍ତି ଭୁବନେଶ୍ବରର ମଞ୍ଚେଶ୍ବରରେ ରହୁଥିବା ବିଶ୍ବଭୂଷଣ ଦଳେଇ ଓରଫ୍‌ ରାଜା।

ଅଟକାଇପାରିନି ଥାଲେସେମିଆ, ରାଜାଙ୍କୁ ରୋଜଗାର ଦେଲା କଳା

ଥାଲେସେମିଆ ଲାଗି ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା 17 ବର୍ଷୀୟ ରାଜା ଏବେ ନିଜ ହାତରେ ସୁନ୍ଦର ସୁନ୍ଦର କାଗଜ ତିଆରି କଣ୍ଢେଇ କରୁଛନ୍ତି । ବିଭିନ୍ନ ରଙ୍ଗବେରଙ୍ଗର କାଗଜକୁ କଇଁଚିରେ କାଟି ସେଥିରେ ଅଠାଲଗାଇ ପ୍ରସ୍ତୁତ କରୁଛନ୍ତି ସୁନ୍ଦର କଣ୍ଢେଇ । ଗଣେଶ, ଶ୍ରୀକୃଷ୍ଣ, ମୟୂର, ବିଭିନ୍ନ ପ୍ରକାର କଣ୍ଢେଇ, ଫୁଲତୋଡା ତଥା ଘରସଜାଇବା ପାଇଁ ସୂକ୍ଷ୍ମକାରୁକାର୍ଯ୍ୟ ତିଆରି କରୁଛନ୍ତି ସେ । କାଗଜରେ ଏପରି ସୁନ୍ଦର ଘରସଜାଇବା ଜିନିଷ ଦେଖି ଲୋକଙ୍କର ବି ଏଥିପ୍ରତି ବେଶ୍‌ ଆଗ୍ରହ ରହିଛି । ଯେଉଁଥିଲାଗି ଏହାକୁ କିଣି ନେଉଛନ୍ତି ବିଭିନ୍ନ ଏନଜିଓ ଓ ସାଧାରଣ ଲୋକେ ।

ଜନ୍ମର ମାତ୍ର 3 ମାସରୁ ଥାଲେସେମିଆ ରୋଗରେ ପୀଡିତ ଥିବା ରାଜାଙ୍କର ବାପା ବିଜୟ କୁମାର ଦଳେଇ ଜଣେ ସରକାରୀ କର୍ମଚାରୀ ହୋଇଥିବାବେଳେ ମାତା ମଞ୍ଜୁଲତା ଦଳେଇ ଗୃହିଣୀ । ସ୍ମରଣଶକ୍ତି ଅଭାବରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢି ପାଠପଢା ଛାଡିଦେଇଛନ୍ତି ରାଜା ।

ତେବେ ଥାଲେସେମିଆ ପାଇଁ ନିୟମିତ ରକ୍ତ ନେଉଥିବା ରାଜାଙ୍କର ଛୋଟବେଳୁ ଆର୍ଟିଷ୍ଟ ବନିବାର ଆଗ୍ରହ ଥିବାବେଳେ ସେ ୟୁଟ୍ୟୁବରୁ ଦେଖି ଏପରି କାର୍ଯ୍ୟ କରିଛନ୍ତି । ଯାହାକୁ ତାଙ୍କର ପରିବାରର ସମୂର୍ଣ୍ଣ ସମର୍ଥନ ମିଳିଛି । ସେ ନିଜେ ଏହା କରିବା ସହ କିଛି ପିଲାଙ୍କୁ ଏପରି କରିବା ପାଇଁ ମଧ୍ୟ ଶିକ୍ଷା ଦେଉଛନ୍ତି । ଗୋଟିଏ କଣ୍ଢେଇ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ଗୋଟିଏ ଦିନ ସମୟ ଲାଗୁଥିବାବେଳେ ଏହାକୁ 80ରୁ 150 ଟଙ୍କା ବିକ୍ରି କରୁଛନ୍ତି । ତେବେ ଭବିଷ୍ୟତରେ ସେ ଜଣେ ସଫଳ ଆର୍ଟିଷ୍ଟ ହେବେ ବୋଲି ଜଣାଇଛନ୍ତି ରାଜା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details