ଓଡିଶା

odisha

ETV Bharat / city

କ୍ଷୁଣ୍ଣ ହେବନି ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଭୌଗଳିକ ପରିଚୟ - ଭାରତ ସରକାରଙ୍କ ଟେକ୍ସଟାଇଲ କମିଟି ବୈଠକ

ଉଚିତ ଦରରେ ବିକ୍ରି ହେବ ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ । ଏନେଇ କେନ୍ଦ୍ର ସରକାରଙ୍କ ଟେକ୍ସଟାଇଲ କମିଟି ଦ୍ବାରା ଏହି ଆଲୋଚନା ହୋଇଯାଇଛି । ଅଧିକ ପଢନ୍ତୁ

କ୍ଷୁଣ୍ଣ ହେବନି ଓଡିଶାର ହସ୍ତତନ୍ତ-ହସ୍ତଶିଳ୍ପର ଭୌଗଳିକ ପରିଚୟ
କ୍ଷୁଣ୍ଣ ହେବନି ଓଡିଶାର ହସ୍ତତନ୍ତ-ହସ୍ତଶିଳ୍ପର ଭୌଗଳିକ ପରିଚୟ

By

Published : Jun 10, 2022, 7:51 PM IST

Updated : Jun 11, 2022, 11:24 AM IST

ଭୁବନେଶ୍ବର: ଉଚିତ ଦରରେ ବିକ୍ରି ହେବ ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ । ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପର ଭୌଗଳିକ ପରିଚୟ ବା GI ମାନ୍ୟତା ବଜାଇ ରହିବା ସହ ନିଜ ସାମଗ୍ରୀର କିଭଳି ବିକ୍ରି ହୋଇପାରିବ । ଏନେଇ ଏକ ଆଲୋଚନାଚକ୍ର ହୋଇଯାଇଛି । ଏକ ଘରୋଇ ହୋଟେଲରେ ଭାରତ ସରକାରଙ୍କ ଟେକ୍ସଟାଇଲ କମିଟି ଦ୍ବାରା ଏହି ଆଲୋଚନା ହୋଇଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାର ରାଜ୍ୟର ବୁଣାକାର, କାରିଗରଙ୍କ ରୋଜଗାର ଓ ସେମାନଙ୍କ ସାମଗ୍ରୀ ବିକ୍ରି ପାଇଁ କିଭଳି ବଜାର ମିଳିପାରିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।

କ୍ଷୁଣ୍ଣ ହେବନି ଓଡିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ଭୌଗଳିକ ପରିଚୟ

ଯେଉଁଥିରେ ଆଜି ଓଡ଼ିଶାର GI ମାନ୍ୟତା ପ୍ରାପ୍ତ ବିଭିନ୍ନ ଉତ୍ପାଦର ପଞ୍ଜିକରଣ କରାଯାଇଛି । ପୂର୍ବରୁ ୧୭ଟି ଉତ୍ପାଦର ପଞ୍ଜିକରଣ ହୋଇଥିବା ବେଳେ ବର୍ତ୍ତମାନ ୪ଟି କରାଯାଇଛି । ଓଡ଼ିଶାର ହସ୍ତତନ୍ତ ଓ ହସ୍ତଶିଳ୍ପର ବିଭିନ୍ନ ସାମଗ୍ରୀ ଯେପରିକି ପିପିଲି ଚାନ୍ଦୁଆ, ଖଣ୍ଡୁଆ, ସମ୍ବଲପୁରୀ ଶାଢୀ, କୋଟପାଟ ଓ ଧମକେଇ ଶାଢ଼ୀ ଭଳି ଓଡ଼ିଶାର ସ୍ବତନ୍ତ୍ରତା ବହନ କରୁଥିବା ସାମଗ୍ରୀର ଯେଭଳି ପରିଚୟ ବଜାୟ ରହିବ ସେନେଇ ଆଲୋଚନା କରାଯାଇଥିଲା । ଏ ଦିଗରେ ନିଆଯାଇଥିବା ପଦକ୍ଷେପ ମାଧ୍ୟମରେ ୩୦ରୁ ହଜାରରୁ ଉର୍ଦ୍ଧ୍ବ ବୁଣାକାର ଓ କାରିଗର ଲାଭବାନ ହେବେ ।

ଏହାସହ ସେମାନଙ୍କର ଉତ୍ପାଦର ସ୍ଵତନ୍ତ୍ରତା ରହିବ । ସେପଟେ ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ଟେକ୍ସଟାଇଲ ମନ୍ତ୍ରଣାଳୟ କମିଶନର ରୁପ ରାଶି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ଟେକ୍ଟଟାଇଲ ମନ୍ତ୍ରଣାଳୟ ସେକ୍ରେଟାରୀ ଅଜିତ ବି ଚଭନ, ଓଡିଶା ସରକାରଙ୍କ ହସ୍ତଶିଳ୍ପ ଓ ହସ୍ତତନ୍ତର ସଚିବ ଶୋଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ ଯୋଗଦେଇଥିଲେ । ତେଣୁ ଏ ପର୍ଯ୍ୟନ୍ତ କୃଷିଜତୀୟ ଓ ଅଣକୃଷି ଜାତୀୟ ପାଖାପାଖି ୭୧ଟି ଉତ୍ପାଦାର ମାନ୍ୟତା ପାଇଁ ସରକାର ଓ ବିଭାଗ ନିଜ କାର୍ଯ୍ୟ କରୁଛି ବୋଲି କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 11, 2022, 11:24 AM IST

ABOUT THE AUTHOR

...view details