ଓଡିଶା

odisha

ପାର୍ବଣକୁ ସଂକ୍ରମଣ ଭୟ, ଖୋର୍ଦ୍ଧାରେ ବଢୁଛି ଟିପିଆର

By

Published : Sep 25, 2021, 8:04 PM IST

ରାଜ୍ୟରେ ବଢୁଛି ଓ ହ୍ରାସ ପାଉଛି ସଂକ୍ରମଣ ସ୍ଥିତି । ପାର୍ବଣକୁ ସଂକ୍ରମଣ ଭୟ । ସ୍ଥିତି ବିଗାଡ଼ି ଦେଇପାରନ୍ତି ସୁପରସ୍ପେଡ଼ର । ଏବେଠୁ ବଢିଲାଣି କିଛି ଜିଲ୍ଲାର ଟିପିଆର । ଅଧିକ ପଢନ୍ତୁ...

Test positivity rate change in state festival guideline to be change
ପାର୍ବଣକୁ ସଂକ୍ରମଣ ଭୟ, ଖୋର୍ଦ୍ଧାରେ ବଢୁଛି ଟିପିଆର

ଭୁବନେଶ୍ବର :ପାର୍ବଣକୁ ସଂକ୍ରମଣ ଭୟ। ସ୍ଥିତି ବିଗାଡ଼ି ଦେଇପାରନ୍ତି ସୁପରସ୍ପେଡ଼ର। ଏବେଠୁ ବଢିଲାଣି କିଛି ଜିଲ୍ଲାର ଟିପିଆର (Test positivity rate)। ପରିବତ୍ତର୍ନ ହୋଇପାରେ ପୂଜା ଗାଇଡ଼ଲାଇନ। ରେଡ଼ ଜୋନରେ ରହିଛି ଖୋଦ୍ଧା ଜିଲ୍ଲା। ଲଗାତାର ଚାରିଦିନ ଧରି ଦୈନିକ ସଂକ୍ରମଣ ତଳ ଉପର ହେଉଛି ।

ପାର୍ବଣକୁ ସଂକ୍ରମଣ ଭୟ, ଖୋର୍ଦ୍ଧାରେ ବଢୁଛି ଟିପିଆର

ପାର୍ବଣକୁ ସଂକ୍ରମଣ ଭୟ। ସ୍ଥିତି ବିଗାଡ଼ି ଦେଇପାରନ୍ତି ସୁପରସ୍ପେଡ଼ର। ଏବେଠୁ ବଢିଲାଣି କିଛି ଜିଲ୍ଲାର ଟିପିଆର । ରାଜ୍ୟର ମୋଟ ଟିପିଆର 0.83 ଥିବାବେଳେ 3ଟି ଜିଲ୍ଲାର ଟିପିଆର 1 ପ୍ରତିଶତ ଉପରେ ରହିଛି। ଏପଟେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣ ନଆସିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଛି। ତେବେ ଖୋର୍ଦ୍ଧା ଜିଲ୍ଲାର ପଜିଟିଭ ସଂଖ୍ୟା ଦେଖିଲେ ବୁଧବାର 335, ଗୁରୁବାର 283, ଶୁକ୍ରବାର 254, ଶନିବାର 266 ରହିଛି ଦୈନିକ ସଂକ୍ରମଣ। ଖୋର୍ଦ୍ଧାର ଟିପିଆର 2.26 ପ୍ରତିଶତ। କେବଳ ଖୋର୍ଦ୍ଧା ନୁହେଁ, ଜଗତସିଂହପୁରରେ 1.89, କଟକରେ 1.26 ଟିପିଆର ରହିଛି।

ପାର୍ବଣକୁ ସଂକ୍ରମଣ ଭୟ, ଖୋର୍ଦ୍ଧାରେ ବଢୁଛି ଟିପିଆର

ଅନ୍ୟପଟେ ରାଜ୍ୟରେ 0.83 ଟିପିଆର ରହିଛି। ଏନେଇ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢାଇଦେଇଛି। ଆଗକୁ ପାର୍ବଣ ଥିବାରୁ କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନକୁ ତର୍ଜମା କରାଯାଇ ପୂଜା ଗାଇଡ଼ଲାଇନର ଆବଶ୍ୟକ ପଡ଼ିଲେ ଅଧିକ କଡ଼ାକଡ଼ି କରାଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details