ଓଡିଶା

odisha

ETV Bharat / city

ନଭେମ୍ବର 16ରୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଟେଷ୍ଟ, ନୂଆ ଆବେଦନ ମନା - test for driving license

ମହାମାରୀ କୋରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । ଆସନ୍ତା 12ରୁ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ । ଅଧିକ ପଢନ୍ତୁ...

ନୂଆ ଆବେଦନ ମନା
ନୂଆ ଆବେଦନ ମନା

By

Published : Nov 5, 2020, 9:46 PM IST

ଭୁବନେଶ୍ବର:ପୁଣି ଆରମ୍ଭ ହେବାକୁ ଯାଉଛି ଡ୍ରାଇଭିଂ ଲାଇସେନ୍ସ ସେବା । ମହାମାରୀ କୋରୋନା ପାଇଁ ବନ୍ଦ ଥିବା ଡ୍ରାଇଭିଂ ଲାଇସେନ୍ସ ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି । 16ରୁ ଟେଷ୍ଟ ଆରମ୍ଭ ହେବ। ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।

ନଭେମ୍ବର 16ରୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇଁ ଟେଷ୍ଟ

କୋରୋନା ସଂକ୍ରମଣକୁ ଦେଖି ହୋଇଥିବା ଲକଡାଉନ କାରଣରୁ ଗତ ମାର୍ଚ୍ଚ 18ରୁ ଏହି ସେବା ବନ୍ଦ ରହିଥିଲା । ଆସନ୍ତା 12ରୁ ଟେଷ୍ଟ ପାଇଁ ସ୍ଲଟ ବୁକିଂ ଆରମ୍ଭ ହେବ । ଦିନ 11ଟାରୁ ଏହି ବୁକିଂ ହେବ। ପରେ ସକାଳ 7ଟାରୁ ରାତି 10ଟା ଯାଏଁ ଏହି ସେବା ଉପଲବ୍ଧ ହେବ ।

ତେବେ ଯେଉଁମାନେ କେବଳ ଆଗରୁ ଆବେଦନ କରିଛନ୍ତି ସେମାନେ ହିଁ ସ୍ଲଟ ବୁକିଂ କରିପାରିବେ । ନୂଆ ଆବେଦନକାରୀ ଏବେ ଲାଇସେନ୍ସ ପାଇଁ ଆବେଦନ କରିପାରିବେ ନାହିଁ । 16ରୁ ଟେଷ୍ଟ ଆରମ୍ଭ ହେବ। ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ କମିଶନର ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details