ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଅନୁସାରେ ଟେଣ୍ଟ ହାଉସ ଚଳାଉଥିବା ବ୍ୟକ୍ତି ବିଶେଷ ଅନେକ କ୍ଷତି ସହୁଛନ୍ତି। ସେମାନଙ୍କୁ ଏଥିରେ ରିହାତି ପ୍ରଦାନ କରିବା କିମ୍ବା ସେମାନଙ୍କ ଗାଡି ଯିବା ଆସିବା ପାଇଁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବାକୁ ଦାବି କରିଛନ୍ତି । ଏନେଇ ସଂଘ ପକ୍ଷରୁ ପୋଲିସ କମିଶନର ଓ ପରିବହନ କମିଶନରଙ୍କୁ ଅବଗତ କରାଯାଇଛି।
ଭୁବନେଶ୍ବର ଟେଣ୍ଟ ହାଉସ ମାଲିକ ସଂଘର ସାଧାରଣ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଯେଉଁଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଛନ୍ତି । ସଙ୍ଘ ପକ୍ଷରୁ ତାଙ୍କ ନିକଟରେ ଏ ବିଷୟରେ ଅବଗତ କରାଯାଇଛି। ସେମାନେ ଏ ବିଷୟରେ ଆଲୋଚନା କରିବେ ବୋଲି କହିଛନ୍ତି। ତେବେ ଏନେଇ ଯଦି କୌଣସି ପଦକ୍ଷେପ ନିଆ ନ ଯାଏ ଟେଣ୍ଟ ହାଉସ ମାଲିକଙ୍କ ନିକଟରେ କାମ କରୁଥିବା ହଜାର ହଜାର କର୍ମଚାରୀଙ୍କ ଜୀବନ ଜୀବିକା ହରାଇବେ। ରାଜ୍ୟ ସଂଘ ନେଇଥିବା ନିଷ୍ପତି ଅନୁସାରେ ସଂଘ କୌଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ନିଷ୍ପତି ନେବ ବୋଲି କହିଛନ୍ତି ସଙ୍ଘର ସଭାପତି ।