ଭୁବନେଶ୍ବର: ଶୀତଋତୁରେ ସଂକ୍ରମଣ ବଢିବା ଆଶଙ୍କା କରି ବିବାହ, ବ୍ରତଘର ଓ ଶୁଦ୍ଧିକ୍ରିୟା ଆଦି ପାଇଁ ବିଏମସି ନୂଆ ଗାଇଡଲାଇନ ଜାରି କରିଛି । ତେବେ ଏହାକୁ ତୀବ୍ର ବିରୋଧ କରିଛି ଟେଣ୍ଟ ସଂଘ । ତେବେ ସେମାନଙ୍କ ଦାବିକୁ ପୂରଣ ନ କରାଗଲେ ସେମାନେ ବାଧ୍ୟ ହୋଇ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।
ବିବାହ, ବ୍ରତ ଘରେ ୫୦ ଜଣ ସାମିଲକୁ ନେଇ ଆସିଥିବା ଗାଇଡଲାଇନକୁ ବିରୋଧ କରି ବିଏମସି ଅଫିସ ଆଗରେ ଧାରଣାରେ ବସିଛନ୍ତି ୨୦୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ । ବିଏମସି ଅଫିସ ଆଗରେ ତାଲା ପକାଇ ସେମାନେ ଧାରଣାରେ ବସି ରହିଛନ୍ତି । ଆନ୍ଦୋଳନକାରୀମାନେ ରାସ୍ତାରୋକ କରିବା ସହ ସେମାନଙ୍କ ଜୀବିକା ଜୀବନ ପାଇଁ ନିଷ୍ପତ୍ତି ବଦଳାଇବା ପାଇଁ ଦାବି କରିଛନ୍ତି । ପୋଲିସ ଓ କମିଶନର ବୁଝାଇବା ପରେ ଧାରଣାରୁ ଉଠିଥିବା ବେଳେ ଆଗାମୀ ଦିନରେ କମିଶନର ଯଦି ତାଙ୍କ ନିଷ୍ପତ୍ତି ନ ବଦଳାନ୍ତି ତେବେ ସେମାନେ ସମୂହ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛି ଏହି ମାଲିକ ସଂଘ ।