ଓଡିଶା

odisha

ETV Bharat / city

‘ଭାସିଯାଉଛି ଭାଷା, ଶୋଇଛନ୍ତି ସରକାର’ - ଝାଡଖଣ୍ଡ

ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରତ୍ୟାହାର କରିବା ପରେ ସେଠାରେ ରହୁଥିବା ଓଡିଆଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବଢୁଛି ବିରୋଧ । ପନଃର୍ବିଚାର ପାଇଁ ଦାବି କରିଛନ୍ତି ରାଜ୍ୟର ବିଭିନ୍ନ ବର୍ଗର ଲୋକେ । ଅଧିକ ପଢନ୍ତୁ...

Oriya Second language
Oriya Second language

By

Published : Sep 29, 2021, 10:25 PM IST

ଭୁବନେଶ୍ବର:ଝାଡଖଣ୍ଡ ସରକାର ଓଡିଆ ଭାଷାକୁ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ପ୍ରତ୍ୟାହାର କରିନେବା ପରେ ଏବେ ସେଠାରେ ରହୁଥିବା ଓଡିଆଙ୍କ ମଧ୍ୟରେ ବଢିବାରେ ଲାଗିଛି ଅସନ୍ତୋଷ । ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତି ବିରୋଧରେ ବଢୁଛି ବିରୋଧ । ନିଷ୍ପତ୍ତି ପନଃର୍ବିଚାର କରିବା ପାଇଁ ଦାବି କରିଛନ୍ତି ରାଜ୍ୟର ବିଭିନ୍ନ ବର୍ଗର ଲୋକେ ।

ଝାଡଖଣ୍ଡରେ ଓଡିଆ ଭାଷାକୁ ପ୍ରତ୍ୟାହାର ପ୍ରସଙ୍ଗ; ସରକାରଙ୍କ ହସ୍ତକ୍ଷେପ ଦାବି କଲେ ଭାଷାବିତ

କାରଣ ଷଢେଇକଳା ଖରସୁଆଁ ସିଂହଭୂମି ଚାଇବାସ ଭଳି ସ୍ଥାନରେ ସର୍ବାଧିକ ଓଡିଆ ବସବାସ କରୁଛନ୍ତି । ତଥା ଝାଡଖଣ୍ଡରେ ୩୩ ପ୍ରତିଶତରୁ ଅଧିକ ଓଡିଆ ଲୋକ ରହୁଛନ୍ତି । ଓଡିଆଙ୍କ ଏହି ସଂଖ୍ୟା ଆଧାର ଓ ଆନ୍ଦୋଳନ ପରେ ୨୦୧୧ ରେ ଦ୍ବିତୀୟ ରାଜ୍ୟଭାଷାର ମାନ୍ୟତା ମିଳିଥିଲା । କିନ୍ତୁ ଏବେ ଦ୍ବିତୀୟ ରାଜଭାଷା ମାନ୍ୟତା ପାଇବାର ୧୦ ବର୍ଷ ପରେ ଏହି ମାନ୍ୟତାକୁ ସେଠାକାର ସରକାର ପ୍ରତ୍ୟାହାର କରିନେଇଛନ୍ତି । ଖାଲି ଏତିକି ନୁହେଁ ଓଡିଆକୁ ପାଠ୍ୟପୁସ୍ତକରୁ ମଧ୍ୟ ହଟାଇବା ନିଷ୍ପତ୍ତି ପରେ ପ୍ରତିବାଦ ବ୍ୟାପକ ହେଉଛି ।

ଓଡିଶା ସରକାର ଓଡିଆ ଭାଷାର ପ୍ରାଧାନ୍ୟ ପ୍ରତି ଆଖି ବନ୍ଦ କରିଦେଇଥିବାରୁ ଏପରି ସ୍ଥିତି ଉପୁଜିଛି । ଯାହାକୁ ନେଇ ଓଡିଶା ସୀମାବର୍ତୀ ଅଞ୍ଚଳରେ ଭାଷାର ଘୋର ସଙ୍କଟ ଦେଖାଦେଇଛି । ଖାଲି ସେତିକି ନୁହେଁ ଏହାକୁ ଆଳ କରି ସୀମାକୁ ମଧ୍ୟ ଅକ୍ତିଆର କରୁଛନ୍ତି ପଡୋଶୀ ରାଜ୍ୟ। ଭାଷା ଭାସିଯାଉଥିବା ବେଳେ ନିରବଦ୍ରଷ୍ଟା ସାଜିଛନ୍ତି ଆମ ରାଜ୍ୟ ସରକାର । ଝାଡଖଣ୍ଡ ସରକାରଙ୍କ ଏହି ପଦକ୍ଷେପକୁପ ନେଇ ଓଡିଶା ସରକାର ନା ଭାଷାର ସୁରକ୍ଷା ପାଇଁ ସ୍ଵର ଉଠାଉଛନ୍ତି, ନା ଏହାର ନିନ୍ଦା କରି କିଛି ନିଷ୍ପତ୍ତି ନେଉଛନ୍ତି ।

ଏହାକୁ ନେଇ ଭାଷା ଆନ୍ଦୋଳନର ପ୍ରତିଷ୍ଠାତା ସୁବାସ ଚନ୍ଦ୍ର ପଟ୍ଟନାୟକ କହିଛନ୍ତି, ଅତ୍ୟନ୍ତ ଦୁର୍ଭାଗ୍ୟ କଥା ଝାଡଖଣ୍ଡରେ ଓଡିଆ ଭାଷା ଦ୍ବିତୀୟ ସରକାରୀ ଭାଷାର ମାନ୍ୟତା କାହାର ଦୟାରେ ନୁହେଁ ବରଂ ଓଡିଆଙ୍କ ଆନ୍ଦୋଳନ ପ୍ରାଧାନ୍ୟତା ଓ ସଂଖ୍ୟା ଗରିଷ୍ଠତକୁ ନେଇ ପାଇଥିଲା । ରାଜ୍ୟ ସରକାରଙ୍କ ଚାପ ଓ ଚକ୍ରାନ୍ତରେ ଝାଡଖଣ୍ଡ ସରକାର ଏଭଳି କରିଛନ୍ତି ବୋଲି କହିଛନ୍ତି ସେ ।

କାରଣ ଓଡିଶାରେ ଓଡିଆ ଭାଷା ଦୁର୍ଦ୍ଦିନ ଦେଇ ଗତି କରୁଛି । ଏଠାରେ ଥିବା ସରକାର ନିଜେ ଏ ଭାଷାର କାର୍ଯ୍ୟକାରୀ କରୁନାହାନ୍ତି । ବଂର ଅଣ ଓଡିଆଙ୍କ ଲବି ପାଇଁ ଝାଡଖଣ୍ଡ ସରକାରଙ୍କୁ ଓଡିଆ ଭାଷାକୁ ମାରିଦେବାକୁ ଚକ୍ରାନ୍ତ କରିଛନ୍ତି। ନହେଲେ ସେମାନଙ୍କ ସାହସ ହୋଇନଥାନ୍ତା । କାରଣ ଓଡିଆ ଭାଷାକୁ ବିଲୁପ୍ତ ପାଇଁ ଆମ ସରକାର ନିଜେ ପ୍ରୋତ୍ସାହିତ କରୁଛନ୍ତି। ତେଣୁ ସମୟ ଆସିଛି ଓଡିଆଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରତିବାଦ ଜରୁରୀ ବୋଲି କହିଛନ୍ତି ସୁବାସ ।

ସେହିପରି ଶିକ୍ଷାବିତ ପବିତ୍ର ମହାରଥା କହିଛନ୍ତି ମାତୃଭାଷାରେ କିଛି ଉଦ୍ଭାବନ କଲେ ପିଲାର ମାନସିକ ଉତଥାନ ସଠିକ ଢଙ୍ଗରେ ହୋଇଥାଏ । ତେଣୁ ନିଜ ମାତୃଭାଷା ହିଁ ଏଥିପାଇଁ ଜରୁରୀ । ତେଣୁ ଝାଡଖଣ୍ଡରେ ଦ୍ବିତୀୟ ଭାଷା ଭାବେ ଓଡିଆକୁ ପାଠ୍ୟପୁସ୍ତକରୁ ହଟାଇବା ଦ୍ବାରା ପିଲାଙ୍କ ଉପରେ ଘୋର ପ୍ରଭାବ ପଡିବ ବୋଲି ସେ କହିଛନ୍ତି ।

ଏହାକୁ ନେଇ ପୂ୍ର୍ବତନ ସିଏଚଏସଇ ଅଧ୍ୟକ୍ଷ ବାସୁଦେବ ଛଟେଇ କହିଛନ୍ତି ସେଠାରେ ରହୁଥିବା ଓଡିଆ ଲୋକଙ୍କ ସ୍ବାର୍ଥ ପାଇଁ ରାଜ୍ୟ ସରକାର ପ୍ରତିବାଦ କରିବା ଉଚ୍ଚିତ । ଏହାସହ ସେଠାକାର ସରକାରଙ୍କ ସହ ଆଲୋଚନା କରନ୍ତୁ ବୋଲି ସେ ଦାବି କରିଛନ୍ତି ।

ଅନ୍ୟପଟେ ଝାଡଖଣ୍ଡ ସରକାରଙ୍କ ଏହି ପଦକ୍ଷେପକୁ ନେଇ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି, ଝାଡଖଣ୍ଡ ସହିତ ଆମର ସମ୍ପର୍କ ଭଲ ଅଛି। ୧୫୦ ଓଡିଆ ସ୍କୁଲ ଅଛି ସେଠି । କିଭଳି ଓଡିଆ ଭାଷାକୁ ଗୁରୁତ୍ବ ଦିଆଯିବ ସେଥିପ୍ରତି ଆମେ ନଜର ରଖିଛୁ । ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ କଥା ହୋଇ ଏ ବିଷୟରେ ଆଲୋଚନା କରିବେ ବୋଲି ମନ୍ତ୍ରୀ କହିଛନ୍ତି । ଆବଶ୍ୟକ ସ୍ଥଳେ ଆମ ମୁଖ୍ୟମନ୍ତ୍ରୀ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ଲାଗି ଦୃଷ୍ଟି ଆକର୍ଷଣ କରାଯିବ । ଓଡିଆ ଭାଷାକୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ଚେଷ୍ଟା କରିବୁ ବୋଲି କହିଛନ୍ତି ।

ଭୁବନେଶ୍ବରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details