ଭୁବନେଶ୍ବର: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି କୋରୋନା ସ୍ଥିତି । ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀର ଲୋକଙ୍କୁ ଶିକାର କରିଛି କୋରୋନା ଭୂତାଣୁ । ଯାହାକୁ ନେଇ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । କୋରୋନା ପଜେଟିଭ ଚିହ୍ନଟ ହେବା ଭଡାଟିଆଙ୍କ ପାଇଁ ଏହା ବଡଦୁଃଖ । କାରଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବା ଭଡାଟିଆଙ୍କୁ ଘରମାଲିକ ରଖିବାକୁ କୁଣ୍ଠାବୋଧ କରୁଥିବାବେଳେ ଏନେକ ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି କୋରୋନା ପଜେଟିଭ ଚିହ୍ନଟ ଭଡାଟିଆ ।
କୋରୋନାକୁ ନେଇ ରାଜ୍ୟରେ ଭୟ ସୃଷ୍ଟି ହେଲାଣି । ଅନେକ ଲୋକଙ୍କୁ ଆକ୍ରାନ୍ତ କରୁଛି, ଅନେକ ଲୋକ ମୃତ୍ୟୁବରଣ ମଧ୍ୟ କରିଛନ୍ତି । ଗାଁଠାରୁ ସହର ସବୁଠି କୋରୋନାରେ ଆକ୍ରାନ୍ତ ହେଉଛନ୍ତି । ସହରରେ ଭଡା ନେଇ ରହୁଥିବା ଲୋକଙ୍କ ପଜିଟିଭ ଚିହ୍ନଟ ହେବା ପରେ ଘରମାଲିକଙ୍କ ପାଇଁ ସେମାନେ ଭୟ ଆଶଙ୍କା ମଧ୍ୟରେ ରହିଥାନ୍ତି ।