ଓଡିଶା

odisha

ETV Bharat / city

ଡିସେମ୍ବରରୁ ରାଜ୍ୟରେ ବଢିବ ଶୀତ - ଟିଟିଲାଗଡରେ ସର୍ବନିମ୍ନ ୧୨ ଡିଗ୍ରି

ସାରା ରାଜ୍ୟରେ ସ୍ବାଭାବିକ ଠାରୁ ତାପମାତ୍ରା ଦିନକୁ ଦିନ ଯଥେଷ୍ଟ ହ୍ରାସ ପାଉଛି । ତେବେ ଡିସେମ୍ବରରୁ ଶୀତ ବଢିବ ଏବଂ ଆସନ୍ତା 2 ମାସ ରାଜ୍ୟରେ ଅତ୍ୟଧିକ ଶୀତ ଲାଗି ରହିବ । ଅଧିକ ପଢନ୍ତୁ..

ଭୁବନେଶ୍ବର ପାଣିପାଗ କେନ୍ଦ୍ର

By

Published : Nov 25, 2019, 11:28 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟରେ ପାଗ ଶୁଖିଲା ରହିବ। ଶୀତ ଧିରେ ଧିରେ ଅନୁଭୂତ ହେବ । ଡିସେମ୍ବରରୁ ରାଜ୍ୟରେ ଶୀତ ଅନୁଭୂତ ହେବ । ଏପରିକି ଡିସେମ୍ବରରୁ ଜାନୁୟାରୀ ମାସ ମଧ୍ୟରେ ଶୀତ ଅଧିକ ଅନୁଭୂତ ହେବ । ପାର୍ବତ୍ୟ ଅଞ୍ଚଳରେ ତାପମାତ୍ରା ବହୁତ ତଳକୁ ଖସଛି । ଦାରିଙ୍ଗିବାଡିରେ ତାପମାତ୍ରା ୧୦ ଡିଗ୍ରି ଥିବାବେଳେ ଉପକୂଳ ଜିଲ୍ଲା ଗୁଡିକରେ ପ୍ରାୟ ତାପମାତ୍ରା ୧୮ ରୁ ୨୦ ଡିଗ୍ରି ମଧ୍ୟରେ ରହିଛି । ସାଧାରଣତ ଏହି ସମୟରେ ତାପମାତ୍ରା ସ୍ବାଭାବିକ ରୁହେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଗତ ୨୪ ଘଣ୍ଟା ଭିତରେ ଟିଟିଲାଗଡରେ ସର୍ବନିମ୍ନ ୧୨ ଡିଗ୍ରି ତାପମାତ୍ରା ରହିଥିବା ବେଳେ ଭୁବନେଶ୍ବରେ ୧୮, ଦାରିଙ୍ଗିବାଡିରେ ୧୦ ଡିଗ୍ରି ତାପମାତ୍ରା ରହିଛି । ଏହାସହ ରାତିରେ କୁହୁଡିର ପ୍ରଭାବ ରହିବ , ଯେତେ ଶୀତ ବଢିବ କୁହୁଡି ସେତେ ଅଧିକ ଅନୁଭୂତ ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ବାସ କହିଛନ୍ତି ।


ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details