ଓଡିଶା

odisha

ETV Bharat / city

ରାଜ୍ୟରେ ୪ ରୁ ୬ ଡିଗ୍ରୀ ଖସିବ ତାପମାତ୍ରା

ଉତ୍ତର ପଶ୍ଚିମା ପବନ ରାଜ୍ୟ ମଧ୍ୟକୁ ପ୍ରବାହିତ ହେବା ଫଳରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଖସିବ ତାପମାତ୍ରା । ଅଧିକ ପଢନ୍ତୁ...

Temperatures will drop by 4 to 7 degrees Celsius  in state
ରାଜ୍ୟରେ ୪ ରୁ ୬ ଡିଗ୍ରୀ ଖସିବ ତାପମାତ୍ରା

By

Published : Jan 12, 2021, 8:15 PM IST

ଭୁବନେଶ୍ବର: ରାଜ୍ୟରେ ଖସିବ ରାତ୍ରି ତାପମାତ୍ରା । ଉତ୍ତର ପଶ୍ଚିମା ପବନ ରାଜ୍ୟ ମଧ୍ୟକୁ ପ୍ରବାହିତ ହେବା ଫଳରେ ତାପମାତ୍ରା ହ୍ରାସ ପାଇବ । ଆସନ୍ତା 24 ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ ରୁ ୬ ଡିଗ୍ରୀ ତାପମାତ୍ରା ତଳକୁ ଖସିବ। ସେହିପରି ଉପକୂଳ ଓଡିଶାରେ ୩ ରୁ ୪ ଡିଗ୍ରୀ ଖସିବ । ଆସନ୍ତା 5 ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜ୍ୟରେ ୪ ରୁ ୬ ଡିଗ୍ରୀ ଖସିବ ତାପମାତ୍ରା

ଆସନ୍ତା 24 ଘଣ୍ଟା ଅର୍ଥାତ ବୁଧବାର ମଧ୍ୟରେ ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, ଅନୁଗୋଳ, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର କୁହୁଡି ଦେଖା ଦେବ ।

ତେବେ ଗତ 24 ଘଣ୍ଟା ମଧ୍ୟରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୫, କୋରାପୁଟରେ ୧୪.୦ ଓ ସୁନ୍ଦରଗଡରେ ୧୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ଜଣାଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details