ଓଡିଶା

odisha

ETV Bharat / city

ରାଜ୍ୟରେ ବଢିବ ତାପମାତ୍ରା, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ସୂଚନା ଦେଲେ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ହବିବୁର ରେହମାନ ବିଶ୍ବାସ । ଅଧକ ପଢନ୍ତୁ...

ରାଜ୍ୟରେ ବଢିବ ତାପମାତ୍ରା, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା
ରାଜ୍ୟରେ ବଢିବ ତାପମାତ୍ରା, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

By

Published : Feb 10, 2021, 9:48 PM IST

ଭୁବନେଶ୍ବର: ଆସନ୍ତା 5 ଦିନ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା । ପ୍ରତ୍ୟେକ ଜିଲ୍ଲାରେ 3 ରୁ 4 ଡିଗ୍ରୀ ତାପମାତ୍ରା ବଢିବା ଫଳରେ ଶୀତ ପ୍ରକୋପ ହ୍ରାସ ପାଇବ ବୋଲି ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ପାଞ୍ଚ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ରହିବ ।

ରାଜ୍ୟରେ ବଢିବ ତାପମାତ୍ରା, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଆସନ୍ତା 24 ଘଣ୍ଟା ଅର୍ଥାତ୍ ଗୁରୁବାର ମଧ୍ୟରେ ଉପକୂଳ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ, ନୟାଗଡ, ଖୋର୍ଦ୍ଧା ଏବଂ କନ୍ଧମାଳ ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖା ଦେବ ଏବଂ ଭୁବନେଶ୍ବରରେ ମଧ୍ୟ ହାଲୁକା କୁହୁଡି ପଡିବ ।

ସେପଟେ ଗତ 24 ଘଣ୍ଟାରେ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 7.0 ଡିଗ୍ରୀ, ଦାରିଙ୍ଗିବାଡିରେ 10.0 ଡିଗ୍ରୀ ରେକର୍ଡ କରାଯାଇଛି । ଆଭ୍ୟନ୍ତରୀଣ ଓ ଉପକୂଳରେ ତାପମାତ୍ରା ସ୍ବାଭାବିକ ତାପମାତ୍ରାଠାରୁ 2ରୁ 3 ଡିଗ୍ରୀ କମ ଥିବା ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details