ଓଡିଶା

odisha

ETV Bharat / city

ବଢୁଛି ଶୀତ: ୧୫ ଡିଗ୍ରୀ ତଳେ ୬ଟି ସହରର ତାପମାତ୍ରା

ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ ଲହରୀ । ୬ ସହରରେ ୧୫ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା ରହୁଛି । ଅଧିକ ପଢନ୍ତୁ...

By

Published : Nov 10, 2021, 6:51 PM IST

ବଢୁଛି ଶୀତ;୧୫ ଡିଗ୍ରୀ ତଳେ ୬ଟି ସହରରେ ତାପମାତ୍ରା
ବଢୁଛି ଶୀତ;୧୫ ଡିଗ୍ରୀ ତଳେ ୬ଟି ସହରରେ ତାପମାତ୍ରା

ଭୁବନେଶ୍ବର :ରାଜ୍ୟରେ ଧୀରେ ଧୀରେ ବଢୁଛି ଶୀତ ଲହରୀ । ତାପମାତ୍ରା ସ୍ବାଭାବିକ ଭାବେ କମ୍ ରହୁଛି । ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ କୁହୁଡିର ଆସ୍ତରଣ ଦେଖାଯାଉଛି । ୬ ସହରରେ ୧୫ ଡ଼ିଗ୍ରୀ ତଳେ ରାତ୍ରି ତାପମାତ୍ରା ରହୁଛି । ୧୧ ଡ଼ିଗ୍ରୀ ସହ ଆଜିବି ଦାରିଙ୍ଗବାଡି ଓଡିଶାର ଥଣ୍ଡା ସହର ଭାବେ ହୋଇଥିବା ଜଣାପଡିଛି ।

ବଢୁଛି ଶୀତ;୧୫ ଡିଗ୍ରୀ ତଳେ ୬ଟି ସହରରେ ତାପମାତ୍ରା

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଫୁଲବାଣୀରେ ୧୩.୨ ଡ଼ିଗ୍ରୀ, ଟିଟିଲାଗଡରେ ୧୪.୫ ଡ଼ିଗ୍ରୀ ଓ ଝାରସୁଗୁଡାରେ ୧୪.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି କେନ୍ଦୁଝରରେ ୧୪ .୮ ଡ଼ିଗ୍ରୀ, ଏବଂ ସୋନପୁରରେ ୧୪.୯ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରହିଥିବାବେଳେ ଭୁବନେଶ୍ୱରରେ ୧୮.୫ଡ଼ିଗ୍ରୀ ଏବଂ କଟକରେ ୧୮.୪ ଡ଼ିଗ୍ରୀ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି । ଆଗାମୀ ୨୪ ଘଣ୍ଟା ପରେ ଧୀରେ ଧୀରେ ରାତ୍ରି ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ବଢିବାର ସମ୍ଭାବନା ରହିଛି । ଏହାସହ ଶୀତର ପ୍ରଭାବ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details