ଓଡିଶା

odisha

By

Published : Nov 28, 2020, 9:36 PM IST

ETV Bharat / city

ଆସୁଛି ଆଉ ଏକ ଲଘୁଚାପ, ଏପଟେ 48ଘଣ୍ଟା ମଧ୍ୟରେ 3-4 ଡିଗ୍ରୀ ଖସିବ ପାରଦ

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ଆସନ୍ତା 48 ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 3 ରୁ 4 ଡିଗ୍ରୀ ଖସିବ । ଅଧିକ ପଢନ୍ତୁ...

48 ଘଣ୍ଟା ମଧ୍ୟରେ 3 ରୁ 4 ଡିଗ୍ରୀ ଖସିବ ତାପମାତ୍ରା
48 ଘଣ୍ଟା ମଧ୍ୟରେ 3 ରୁ 4 ଡିଗ୍ରୀ ଖସିବ ତାପମାତ୍ରା

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା 48 ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ । ଏହା ପଶ୍ଚିମ ଦିଗରେ ଗତି କରିବ । ତେବେ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

48 ଘଣ୍ଟା ମଧ୍ୟରେ 3 ରୁ 4 ଡିଗ୍ରୀ ଖସିବ ତାପମାତ୍ରା

ଆସନ୍ତା 48 ଘଣ୍ଟା ମଧ୍ୟରେ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା 3 ରୁ 4 ଡିଗ୍ରୀ ଖସିବ । ଏହାସହ 24 ଘଣ୍ଟା ଅର୍ଥାତ ରବିବାର ମଧ୍ୟରେ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲାରେ ସ୍ବଳ୍ପ ଧରଣର ବର୍ଷା ସମ୍ଭାବନା ରହିଛି ।

48 ଘଣ୍ଟା ମଧ୍ୟରେ 3 ରୁ 4 ଡିଗ୍ରୀ ଖସିବ ତାପମାତ୍ରା

କଳାହାଣ୍ଡି, ସୋନପୁର, ସୁନ୍ଦରଗଡ, କନ୍ଧମାଳ, ଝାରସୁଗୁଡା, କେନ୍ଦୁଝରରେ ସାମାନ୍ୟ କୁହୁଡି ଦେଖାଦେବ । ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ତଳକୁ ଖସିବ ।

ଗତ 324 ଘଣ୍ଟା ଭିତରେ କୋରାପୁଟରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି । ରାଜ୍ୟର ପାଞ୍ଚଟି ସ୍ଥାନରେ 15 ଡିଗ୍ରୀ ତଳେ ତାପମାତ୍ରା ରହିଛି । ସୋନପୁରରେ 11, ଦାରିଙ୍ଗବାଡିରେ 14.0, କୋରାପୁଟ 14.6, ଭବାନୀପାଟଣାରେ 15.0, ଫୁଲବାଣୀରେ 14.5 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details