ଓଡିଶା

odisha

ETV Bharat / city

ଆସନ୍ତା 24 ଘଣ୍ଟାରେ ଖସିବ ପାରଦ, ଭିଜିବ ରାଜ୍ୟର କେତେକ ଅଂଶ

ଆସନ୍ତା 24 ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ କମିପାରେ ତାପମାତ୍ରା । ଏଥିସହ ରାଜ୍ୟର କେତେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

Temperature in odisha, odisha latest news, rain in odisha, odisha weather report, ପାଣିପାଗ ଖବର, ଓଡିଶାରେ ପାଣିପାଗ ସୂଚନା, ଓଡିଶା ଲାଟେଷ୍ଟ ନ୍ୟୁଜ୍‌, ରାଜ୍ୟରେ ତାପମାତ୍ରା, ରାଜ୍ୟରେ ବର୍ଷା
ଆସନ୍ତା 24 ଘଣ୍ଟାରେ ଖସିବ ପାରଦ, ଭିଜିବ ରାଜ୍ୟର କେତେକ ଅଂଶ

By

Published : Apr 16, 2020, 7:45 PM IST

ଭୁବନେଶ୍ବର: ଆସନ୍ତା 24 ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ କମିପାରେ ତାପମାତ୍ରା । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ,ଯାଜପୁର, କେନ୍ଦ୍ରାପଡା, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ଆସନ୍ତା 24 ଘଣ୍ଟାରେ ଖସିବ ପାରଦ, ଭିଜିବ ରାଜ୍ୟର କେତେକ ଅଂଶ

ଆସନ୍ତା 18 ତାରିଖରେ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, କଟକ, ଖୋର୍ଦ୍ଧା, କୋରାପୁଟ, ରାୟଗଡା ଓ ଗଜପତି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଝଡ ବର୍ଷା ସହ 30 ରୁ 40 କିମି ବେଗରେ ପବନ ବୋହିବାର ଆଶଙ୍କା ରହିଛି । ସେହିପରି 19 ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ଓ ଢେଙ୍କାନାଳ, ଅନୁଗୋଳ, କନ୍ଧମାଳ, ନୟାଗଡ଼, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବା ସହ 30 ରୁ 40 କିଲୋମିଟର ବେଗରେ ପବନ ବହିବ।

ଆସନ୍ତା 24 ଘଣ୍ଟାରେ ଖସିବ ପାରଦ, ଭିଜିବ ରାଜ୍ୟର କେତେକ ଅଂଶ

ସେପଟେ ଗତ 24 ଘଣ୍ଟାରେ ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ସର୍ବାଧିକ 4ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ତାଳଚେରରେ ସର୍ବାଧିକ 41.7 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏଥିସହ ଆସନ୍ତା 4ରୁ 5 ଦିନ ପର୍ଯ୍ୟନ୍ତ ସେହିପରି ତାପମାତ୍ରାରେ ବୃଦ୍ଧି ହେବ ନାହିଁ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପଟେ 7 ସ୍ଥାନରେ ତାପମାତ୍ରା 40 ଡିଗ୍ରୀ ରହିବ ।

ଆସନ୍ତା 24 ଘଣ୍ଟାରେ ଖସିବ ପାରଦ, ଭିଜିବ ରାଜ୍ୟର କେତେକ ଅଂଶ

ଭୁବନେଶ୍ବରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details