ଭୁବନେଶ୍ବର: ରାଜ୍ୟ ପାଣିପାଗରେ ଆସିଲା ପରିବର୍ତ୍ତନ । ଝିପିଝିପି ବର୍ଷା ପରେ ତାପମାତ୍ରା ହ୍ରାସ ପାଇବାରୁ ପୁଣି ଶୀତ ଲେଉଟିଛି । ବର୍ତ୍ତମାନ ୧୩ ସହରରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ତେବେ ୧୪ ଡିଗ୍ରୀ ତାପମାତ୍ରା ସହ ଦାରିଙ୍ଗିବାଡି ରାଜ୍ୟର ସବୁଠୁ ଥଣ୍ଡା ସହର ।
ଖସିଲା ତାପମାତ୍ରା, ଫେରିଲା ଶୀତ - ଓଡିଶା ପାଣିପାଗ ଖବର
ରାଜ୍ୟରେ ବର୍ଷାର ପ୍ରଭାବ ହ୍ରାସ ପାଇବା ପରେ ଶୀତ ଫେରିଛି । ରାତିରେ ଶୀତ ପ୍ରଭାବ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ...
![ଖସିଲା ତାପମାତ୍ରା, ଫେରିଲା ଶୀତ ପାଣିପାଗ ଖବର: ଖସିଲା ତାପମାତ୍ରା, ଫେରିଲା ଶୀତ](https://etvbharatimages.akamaized.net/etvbharat/prod-images/768-512-9537922-thumbnail-3x2-wea.jpg)
ପାଣିପାଗ ଖବର: ଖସିଲା ତାପମାତ୍ରା, ଫେରିଲା ଶୀତ
ଖସିଲା ତାପମାତ୍ରା, ଫେରିଲା ଶୀତ
ଗତ ୨୪ ଘଣ୍ଟା ଭିତରେ ଦକ୍ଷିଣ ଆଭ୍ୟନ୍ତରୀଣ ଜିଲ୍ଲା ମାଲକାନଗିରିରେ ସ୍ବଳ୍ପ ବର୍ଷା ରେକର୍ଡ କରାଯାଇଛି । ବାଲେଶ୍ୱରରେ ସର୍ବାଧିକ ୩୩.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇ ଥିବାବେଳେ ସୋନପୁରରେ ୧୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସୋନପୁର ରେ ୧୪.୨, କୋରାପୁଟରେ ୧୪.୬, ଅନୁଗୁଳରେ ୧୫.୬, ବୌଦ୍ଧରେ ୧୬, ଫୁଲବାଣୀରେ ୧୬.୫, ଭୁବନେଶ୍ୱରରେ ୨୧.୫ ଓ କଟକରେ ୨୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Nov 13, 2020, 8:51 PM IST