ଓଡିଶା

odisha

ରଶ୍ମିରେଖା ମୃତ୍ୟୁ ମାମଲା, ଥାନାରେ ହାଜର ପରେ ଗଣମାଧ୍ୟମ ଉପରେ ଦୋଷ ଲଦିଲେ ରାଜା !

By

Published : Jun 23, 2022, 5:08 PM IST

ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ଥାନାରେ ହାଜର ହେବା ପରେ ପ୍ରତିକ୍ରିୟା ରଖି ଗଣମାଧ୍ୟମ ଉପରେ ଦୋଷ ଲଦିଲେ ପ୍ରଥମ ପ୍ରେମିକ ରାଜା । ଅଧିକ ପଢନ୍ତୁ

ରଶ୍ମୀରେଖା ମୃତ୍ୟୁ ମାମଲା, ଥାନାରେ ହାଜର ପରେ ଗଣମାଧ୍ୟମ ଉପରେ ଦୋଷ ଲଦିଲେ ରାଜା !
ରଶ୍ମୀରେଖା ମୃତ୍ୟୁ ମାମଲା, ଥାନାରେ ହାଜର ପରେ ଗଣମାଧ୍ୟମ ଉପରେ ଦୋଷ ଲଦିଲେ ରାଜା !

ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା । ଥାନାରେ ହାଜର ହେବା ପରେ ପ୍ରତିକ୍ରିୟା ରଖିଲେ ରଶ୍ମିରେଖାଙ୍କ ପ୍ରଥମ ପ୍ରେମିକ ରାଜା । ପ୍ରତିକ୍ରିୟା ରଖି ରାଜା ଗଣମାଧ୍ୟମକୁ ଦାୟୀ କରି କହିଛନ୍ତି ଯେ, 'ଗଣମାଧ୍ୟମ ପାଇଁ ଆଜି ମୁଁ ଥାନାରେ ହାଜର ହେବାକୁ ଆସିଛି । ସବୁ ଦୋଷ ଗଣମାଧ୍ୟମର । କାରଣ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଢଙ୍ଗରେ ଖବର ପରିବେଷଣ କରାଯାଉଥିବାରୁ ପୋଲିସ ମୋତେ ଜେରା କରିବା ପାଇଁ ଡାକିଥିଲେ ।'

ଗଣମାଧ୍ୟମ ଉପରେ ସବୁ ଦୋଷ ଲଦିବା ପରେ ତଦନ୍ତରେ ପୋଲିସ୍‌କୁ ସହଯୋଗ କରୁଛି ଆଉ ତଦନ୍ତ ଚାଲିଥିବାରୁ କିଛି କହିବି ନାହିଁ ବୋଲି କହିଛନ୍ତି ରାଜା । ସେପଟେ ରଶ୍ମିରେଖା ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିବା ବୟଫ୍ରେଣ୍ଡ ସନ୍ତୋଷ ପାତ୍ରଙ୍କୁ ମଧ୍ୟ ହାଜର ପାଇଁ ନୋଟିସ୍‌ କରିଥିଲା ନୟାପଲ୍ଲୀ ଥାନା ପୁଲିସ । ତୁରନ୍ତ ଥାନାରେ ପହଞ୍ଚି ତଦନ୍ତରେ ସହଯୋଗ କରିବାକୁ ନୋଟିସ୍‌ କରାଯାଇଥିଲା ।ହେଲେ ସେ ହାଜର ହୋଇନଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details