ଭୁବନେଶ୍ବର: ରାଜ୍ଯସ୍ତରୀୟ ସ୍ବାଧିନତା ଦିବସରେ ଅତିଥି ଭାବେ ଭାଗ ନେଲା ତେଲେଙ୍ଗାନା । ତେଲେଙ୍ଗାନା ପୋଲିସର ୪୯ ଜଣିଆ ଟିମ ପରେଡରେ ଭାଗ ନେଇଛନ୍ତି। ଜଣେ ଡିଏସପିଙ୍କ ନେତୃତ୍ବରେ ଓଡିଶା ଆସିଥିଲେ ଏହି ଟିମ ।
ରାଜ୍ଯସ୍ତରୀୟ ପରେଡରେ ତେଲେଙ୍ଗାନା ପୋଲିସ - ଡିଏସପି ପୁରୁଷୋତ୍ତମ ରେଡ୍ଡୀ
ରାଜ୍ଯସ୍ତରୀୟ ସ୍ବାଧିନତା ଦିବସରେ ତେଲେଙ୍ଗାନା ପୋଲିସର ୪୯ ଜଣିଆ ଟିମ ପରେଡରେ ଭାଗ ନେଇଛନ୍ତି । ଡିଏସପି ପୁରୁଷୋତ୍ତମ ରେଡ୍ଡୀଙ୍କ ନେତୃତ୍ବରେ ଓଡିଶା ଆସିଛି ଟିମ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଜଣେ ଇନ୍ସପେକ୍ଟରଙ୍କ ପରେଡ କମାଣ୍ଡର ଭାବେ ଅଂଶ ଗ୍ରହଣ କରି ଟ୍ରୁପର ପରେଡ ପରିଚାଳନା କରିଥିଲେ । ତେବେ ଓଡିଶା ଗସ୍ତରେ ଆସି ବେସ ଖୁସି ଅନୁଭବ କରୁଥିବା ପୋଲିସ ଡିଜି ଓ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଦେଇଥିଲେ ଡିଏସପି ପୁରୁଷୋତ୍ତମ ରେଡ୍ଡୀ। ତେଲେଙ୍ଗାନା ପୋଲିସର ଏହି ଟିମ ପୁରୀ ଓ କୋଣାର୍କ ବୁଲି ପୁଣି ତେଲେଙ୍ଗାନା ଫେରିଯିବାର କାର୍ଯକ୍ରମ ରହିଛି।
ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ