ଭୁବନେଶ୍ବର: ଏଣିକି ଦେହ ଖରାପ ବା ଥଣ୍ଡା ଜ୍ବର ହେଲେ ଯିବାକୁ ପଡିବନି ଡାକ୍ତରଙ୍କ ପାଖକୁ । କାରଣ ଡାକ୍ତରଙ୍କୁ ଟେଲିଫୋନ ଯୋଗେ କରିପାରିବେ ଯୋଗାଯୋଗ । 24 ଘଣ୍ଟିଆ ଡାକ୍ତର ରହିବେ ଉପଲବ୍ଧ । ଏଥିପାଇଁ ଆପଣଙ୍କୁ କରିବାକୁ ପଡିବ 14410କୁ କଲ ।
ଯେଉଁଠି ମାଗଣାରେ ପାଇପାରିବେ ଡାକ୍ତରଙ୍କ ସେବା ସହ କେଉଁ ମେଡିସିନ ଖାଇବେ କଣ କରିବେ ଓ କଣ ନ କରିବେ ସେନେଇ ପରାମର୍ଶ । ଏଥିଲାଗି ଆସନ୍ତାକାଲି ଠାରୁ ଆରମ୍ଭ ହେବା ଯାଉଛି ଟେଲିମେଡିସିନ ସୁବିଧା ।
ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସେବା ଯୋଗାଇବାକୁ 300 ଡାକ୍ତର ସ୍ବେଛାକୃତ ଭାବେ ଆଗେଇ ଆସିଛନ୍ତି । ତେବେ 104 ଯୋଗେ ଦିନକୁ 12ହଜାରରୁ 14 ହଜାର କଲ ଆସୁଥିବାବେଳେ ଜଣାପଡିଛି କି, ଅନେକ ଲୋକ କୋରୋନା ଭୟରେ ସାଧାରଣ ଥଣ୍ଡା ଜ୍ବର ଭଳି ରୋଗ ପାଇଁ ଭୟଭୀତ ହୋଇପଡୁଛନ୍ତି ।