ଭୁବନେଶ୍ବର:AIIMSରେ ନୂଆ ଗାଇଡଲାଇନ ଜାରି । କୋଭିଡର ସଂକ୍ରମଣ ହାର ବୃଦ୍ଧିକୁ ଦେଖି ଭୁବନେଶ୍ବର AIIMS ପକ୍ଷରୁ ପୁଣି ଟେଲି ମେଡିସନ ସେବା ଆରମ୍ଭ ନେଇ ଗୁରୁତ୍ବ । ବର୍ହି ବିଭାଗରେ ଦିନକୁ ରୋଗୀଙ୍କ ସଂଖ୍ୟା 100 ମଧ୍ୟରେ ରଖିବାକୁ ନିଷ୍ପତ୍ତି। ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ନିୟମ ।
କୋଭିଡ୍ ସଂକ୍ରମଣର ହାର ରୋକିବା ପାଇଁ ସମସ୍ତ ବିଭାଗରେ ଉପଯୁକ୍ତ କୋଭିଡ୍ ନିୟ କାର୍ଯ୍ୟ କରାଯିବ । ପୂର୍ବ ପରି ଟେଲି ମେଡିସିନ୍ ସେବା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଜାରି ରହିଛି । ତେବେ ରୋଗୀଙ୍କୁ ଏହି ସେବା ମାଧ୍ୟମରେ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ “AIIMS ଭୁବନେଶ୍ୱର ସ୍ୱାସ୍ଥ୍ୟ ଆପ୍ ଏବଂ ଟେଲି ମେଡିସିନ୍ ( ୱାଟସଅପ ଆପ୍ କଲ୍) ସେବାକୁ ମଜଭୁତ କରିବାକୁ ସମସ୍ତ ବିଭାଗକୁ ପରାମର୍ଶ ଦିଆଯାଇଛି।