ଓଡିଶା

odisha

ETV Bharat / city

ନନ୍ଦନକାନନରେ ବୈଷୟିକ କମିଟିର ଉଚ୍ଚସ୍ତରୀୟ ବୈଠକ - Technical committee meeting

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉ ଅଥବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ଯାଞ୍ଚ ନେଇ ବୈଷୟିକ କମିଟିର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।

Technical committee meeting
ନନ୍ଦନକାନନରେ ବୈଷୟିକ କମିଟିର ଉଚ୍ଚ ସ୍ଥାରୀୟ ବୈଠକ

By

Published : Dec 10, 2019, 4:01 PM IST

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉ ଅଥବା ପର୍ଯ୍ୟଟକଙ୍କର ସୁରକ୍ଷାକୁ ଯାଞ୍ଚ ନେଇ ବୈଷୟିକ କମିଟିର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ତେବେ ଏହି ଟିମରେ ୯ ଜଣ ସଦସ୍ୟ ଯୋଗ ଦେଇଛନ୍ତି । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରହୁଥିବା ଜୀବଜନ୍ତୁଙ୍କ ସୁରକ୍ଷା ଉପଯୁକ୍ତ ଯତ୍ନ, ସ୍ବାସ୍ଥ୍ୟସେବା ତଥା ଚିକତ୍ସା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ନନ୍ଦନକାନନରେ ବୈଷୟିକ କମିଟିର ଉଚ୍ଚ ସ୍ଥାରୀୟ ବୈଠକ


ବାରମ୍ବାର ନନ୍ଦନକାନନରେ ଜୀବଜନ୍ତୁଙ୍କ ମୃତ୍ୟୁ, ସମସ୍ତ ଜୀବଜନ୍ତୁଙ୍କୁ ନନ୍ଦନକାନନ କର୍ତ୍ତୃପକ୍ଷ ଠିକ ସମୟରେ ସୁରକ୍ଷା ଯୋଗାଉଛନ୍ତି କି ନାହିଁ ଏବଂ ପ୍ରାଣୀମାନେ କିଭଳି ଅବସ୍ଥାରେ ବାସ କରୁଛନ୍ତି ସେନେଇ ଏକ ଟିମ ନନ୍ଦନକାନନ ପରିଦର୍ଶନ କରିବା ସହ ସମସ୍ତ ଜୀବଜନ୍ତୁଙ୍କୁ ତଦାରଖ କରିଛନ୍ତି। ଅନ୍ୟପକ୍ଷରେ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା କିଭଳି ଦିଆଯିବ ସେଥିପ୍ରତି ଧ୍ୟାନ ରଖିବାର ପ୍ରଥମ ଆବଶ୍ୟକତା ରହିଛି ବୋଲି ଏହି ବୈଠକରେ ଅଲୋଚନା ହୋଇଛି।


ଅଭିଜ୍ଞ ଦକ୍ଷ ବିଶେଷଜ୍ଞମାନଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ଏଥିରେ ଓଡିଶା ପଶୁଚିକିତ୍ସା ମହାବିଦ୍ୟାଳୟର ପ୍ରଫେସର ଡ଼ଃ ଏଲ କେ ରାଏ କମିଟିର ଚେୟାରମାନ, ନନ୍ଦନକାନନର ନିର୍ଦ୍ଦେଶକ ଶଶୀ ପାଲ ଓ ପ୍ରଫେସର ଜେଏନ ମହାନ୍ତି, ସୁଧାକର ମହାପାତ୍ରଙ୍କ ସମେତ 9 ଜଣ ବିଶେଷଜ୍ଞ ସାମିଲ ରହିଛନ୍ତି ।


ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details