ଓଡିଶା

odisha

ETV Bharat / city

କୋରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’ - bhubaneswer news

ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ କୋରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’। ପ୍ରାଇମେରୀ ଷ୍ଟେଜରେ ଥିବା ରୋଗୀ ପାଇ ପାରୁଛନ୍ତି ସେବା । ଅଧିକ ପଢନ୍ତୁ...

କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’
କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’

By

Published : Jun 6, 2021, 11:00 PM IST

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଅନେକ ସମୟରେ ଲୋକ ମାନେ ଡାକ୍ତରଖାନାକୁ ଯିବା ପାଇଁ ଭୟ କରୁଥିବାବେଳେ ଅନେକ ସ୍ଥାନରେ ଶଯ୍ୟା ଅଭାବରୁ ଡାକ୍ତରଖାନା ଯାଇପାରୁ ନାହାଁନ୍ତି । ଠିକ୍ ଏହି ସମୟରେ ଭୁବନେଶ୍ବରରେ ଘରେ କରୋନା ସ୍ବାସ୍ଥ୍ୟ ସେବା ଯୋଗାଉଛି ଟେକ୍ ଟ୍ରିକ୍ସ ହୋମ କେୟାର । ଘରେ ରହି ମିଳୁଛି ଡାକ୍ତରଖାନାର ସେବା । ଗୋଟେ ଫୋନରେ ଘରେ ନର୍ସ , ଡାକ୍ତର ପହଞ୍ଚି କରୁଛନ୍ତି ଏହି ସେବା ।

କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’
କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’

ଭୁବନେଶ୍ବରରେ କୋରୋନା ସଂକ୍ରମଣ ଅଧିକ ରହୁଛି । ରାଜଧାନୀ ଅନେକ ସ୍ଥାନରେ ପ୍ରାଇମେରୀ ଷ୍ଟେଜ୍ ରେଥିବା କରୋନା ରୋଗୀମାନଙ୍କ ପାଇଁ ମେଡିକାଲ ଶଯ୍ୟା ଅଭାବ ଦେଖିବା ପାଇଁ ମିଳୁଛି । ଠିକ୍ ଏହି ସମୟରେ ଘରେ କରୋନା ରୋଗୀଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଛି ଟେକ୍ ଟ୍ରିକ୍ସ ହୋମ କେୟାର ନାମକ ଏକ ସଂସ୍ଥା । ବର୍ତ୍ତମାନ ମହାମାରୀ ସମୟରେ କରୋନା ଆକ୍ରାନ୍ତ ମାନେ ଘରେ ଠିକ୍ ଭାବରେ ଚିକିତ୍ସିତ ହୋଇପାରୁନାହାନ୍ତି । ଉକ୍ତ ସଂସ୍ଥାକୁ ଯୋଗାଯୋଗ କଲେ କୋଭିଡ଼ ଆକ୍ରାନ୍ତ ମାନଙ୍କୁ ଘରେ ସେବା ଯୋଗାଉଛନ୍ତି ।

କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’
କରୋନା ସଂକ୍ରମିତଙ୍କୁ ଘରେ ସେବା ଯୋଗାଉଛି ‘ଟେକ ଟ୍ରିକ୍ସ ହୋମ କେୟାର’

ଏଥି ପାଇଁ ଜଣେ ରୋଗୀ ପାଖରେ ସଂସ୍ଥା ପକ୍ଷରୁ ନର୍ସ ମାନଙ୍କୁ ରଖାଯାଉଛି । ଯେଉଁ ମାନେ ଔଷଧ ଖାଇବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ବୁଝୁଛନ୍ତି । ଉକ୍ତ ସଂସ୍ଥାରେ ୪ଜଣ ଡାକ୍ତର କାମ କରୁଛନ୍ତି । ୩୦ଜଣ ନର୍ସ , ଆଇସିୟୁ ଟେକିସିଆନ୍ସ ୧୦ ଜଣ କାମ କରୁଛନ୍ତି । ଏବେ ପର୍ଯ୍ୟନ୍ତ ଉକ୍ତ ସଂସ୍ଥା ଭୁବନେଶ୍ବରରେ ୫୫ ଜଣଙ୍କ ଘରେ କୋରୋନା ରୋଗୀଙ୍କ ସେବା କରିଛନ୍ତି । ଅନେକ ବୁକିଂ ରହିଛି ବୋଲି କହିଛନ୍ତି ସଂସ୍ଥାର ନିର୍ଦ୍ଦେଶକ ରଶ୍ମୀରଂଜନ ମଲ୍ଲିକ ।

କେବଳ ପ୍ରାଇମେରୀ କୋଭିଡ଼ କେୟାର ସେବା ଯୋଗାଉଛନ୍ତି ବୋଲି କହିଛନ୍ତି । ସେପଟେ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଉଥିବା ଲୋକମାନେ ନିଜ ଘର ଲୋକଙ୍କ ଠାରୁ ଦୂରେଇ ରହୁଥିବାରୁ ଡିପ୍ରେସନକୁ ଯାଉଛନ୍ତି । ଯାହା ଫଳରେ ଅନେକ ରୋଗୀ କ୍ରିଟିକାଲକୁ ଯାଉଛନ୍ତି । କିନ୍ତୁ ପ୍ରାଇମେରୀ ଷ୍ଟେଜରେ ଟେକ୍ ଟ୍ରିକ୍ସ ହୋମ କେୟାର ଆରମ୍ଭ କରିଛି କୋଭିଡ଼ କେୟାର ଆଟ ହୋମ । ରୋଗୀଙ୍କ ସେବା ସହ ସଂସ୍ଥା ପକ୍ଷରୁ ହାଇଜେନିକ୍ ଖାଦ୍ୟ ପ୍ରସ୍ତୁତ କରି ଦିଆଯାଉଛି ।

ଏହା ସହ ସଂକ୍ରମିତଙ୍କର ଆରଟିପିସିଆପର ଟେଷ୍ଟ କରି ପ୍ରତିଦିନ କୋଭିଡ଼ ସଂକ୍ରମଣ ପରିକ୍ଷା କରୁଛନ୍ତି । ଏଥି ଲାଗି ସଂସ୍ଥା ପକ୍ଷରୁ କିଛି ପାରିଶ୍ରମିକ ମଧ୍ୟ ନେଉଛନ୍ତି । ଦିନକୁ ୮ରୁ ୧୨ଘଣ୍ଟା ରହିସେବା କରୁଛନ୍ତି ନର୍ସ । କରୋନାରେ ଆକ୍ରାନ୍ତ ହୋଇଥିବା । ସନ୍ତୋଷ ନାୟକନ୍କ କହିବାନୁଯାୟୀ ତାଙ୍କ ମା କୋଭିଡ଼ରେ ଆକ୍ରାନ୍ତ ହୋଇଥିବାବେଳେ ଉକ୍ତ ସଂସ୍ଥା ଖାଇବା ଠାରୁ ଔଷଧର ସମସ୍ତ କେୟାର ନେଉଥିଲେ । ଏହାସହ ତାଙ୍କୁ ସମସ୍ତ ସେବା ଯୋଗାଉଛନ୍ତି । ଏମିତିକି ଅକ୍ସିଜେନଠାରୁ ଆରମ୍ଭ କରି ସମସ୍ତ ଜିନିଷର ଭଲ ଚିକିତ୍ସା କରୁଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details