ଓଡିଶା

odisha

By

Published : Nov 23, 2021, 5:31 PM IST

ETV Bharat / city

Team Odisha New Football jersey: ଉଭୟ ବର୍ଗର ନୂତନ ଜର୍ସି ଉନ୍ମୋଚିତ

ରାଜ୍ୟ ଫୁଟବଲ ପୁରୁଷ ଓ ମହିଳା ବର୍ଗର ଆଜି ନୂତନ ଜର୍ସି (Team Odisha New Football jersey) ଉନ୍ମୋଚିତ ହୋଇଛି । ଅଧିକ ପଢ଼ନ୍ତୁ

odisha team football jersey
Team Odisha New Football jersey: ଉଭୟ ବର୍ଗର ନୂତନ ଜର୍ସି ଉନ୍ମୋଚିତ

ଭୁବନେଶ୍ବର:ରାଜ୍ୟ ଫୁଟବଲ ପୁରୁଷ ଓ ମହିଳା ବର୍ଗର ଆଜି (ମଙ୍ଗଳବାର) ଜର୍ସି (Team Odisha New Football jersey) ଉନ୍ମୋଚିତ ହୋଇଛି ।

ଏହାକୁ ନେଇ କଳିଙ୍ଗ ଷ୍ଟାଡିୟମରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଓ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (Football Association of Odisha)ର ସମ୍ପାଦକ ଆଶୀର୍ବାଦ ବେହେରା ଏହି ନୂତନ ଜର୍ସି ଉନ୍ମୋଚିତ କରିଛନ୍ତି ।

Team Odisha New Football jersey: ଉଭୟ ବର୍ଗର ନୂତନ ଜର୍ସି ଉନ୍ମୋଚିତ

ଆଗମୀ ଦିନରେ ଓଡ଼ିଶାର ଉଭୟ ପୁରୁଷ ଓ ମହିଳା ଟିମ୍‌ ସନ୍ତୋଷ ଟ୍ରଫିରେ ଟ୍ରଫି ହାତେଇବାକୁ ଦମ୍‌ ଦେଖାଇବେ । ଏହି ଅବସରରେ ଆଜି ଉଭୟ ବର୍ଗର ଖେଳାଳିଙ୍କୁ କ୍ରୀଡା ସଚିବ ଭିନିଲ୍‌ କ୍ରିଷ୍ଣା ଶୁଭେଚ୍ଛା ଦେଇଛନ୍ତି । ଆଗାମୀ ଦିନରେ ଟିମ୍‌ ଓଡ଼ିଶା ଭଲ ଫୁଟବଲ୍‌ ଖେଳ ପ୍ରଦର୍ଶନ କରିି ରାଜ୍ୟର ନାଁ ରଖିବ ବୋଲି ଆଶା କରିଛ ଫୁଟବଲ ଆସୋସିଏସନ ଅଫ୍‌ ଓଡ଼ିଶା (FAO) ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details