ଭୁବନେଶ୍ବର: ଆଜି ପବିତ୍ର ଗୁରୁଦିବସ । ଗୁରୁ ଶିଷ୍ୟର ସଂପର୍କକୁ ଆହୁରି ମଜବୁତ କରିଦିଏ ଏହି ଦିନଟି । ପ୍ରତ୍ୟେକ ଛାତ୍ରଛାତ୍ରୀ ଗୁରୁଙ୍କ ପାଇଁ ପାଳିଥାନ୍ତି ଏହି ଦିନଟି । ଭୁବନେଶ୍ବର ୟୁନିଟ 8 ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ମଧ୍ୟ ଗୁରୁ ଦିବସ ପାଳନ ହୋଇଛି ।
ସବୁ ଦିନ ଭଳି ଆଜି ମଧ୍ୟ ସବୁ ପିଲା ବିଦ୍ୟାଳୟକୁ ଆସି ହାତରେ ପୂଜା ଥାଳି ଧରି ଗୁରୁଙ୍କ ପୂଜା କରିଥିଲେ । ଗୁରୁଙ୍କୁ ସମ୍ମାନ ଦେବା ସବୁ ଛାତ୍ରଛାତ୍ରଙ୍କ କର୍ତ୍ତବ୍ୟ । ତେଣୁ ପିଲାମାନେ ମନ ଖୁସିରେ ଗୁରୁପୂଜା କରିଛନ୍ତି ।