ଓଡିଶା

odisha

ଯୁକ୍ତଦୁଇ ଖାତା ମୂଲ୍ୟାୟନରେ ଅନିୟମିତତା: ମୋବାଇଲରେ ବ୍ୟସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଖାତା ଦେଖିବେ କଣ

By

Published : Jun 2, 2022, 10:39 PM IST

Updated : Jun 2, 2022, 10:58 PM IST

ଯୁକ୍ତଦୁଇ ଖାତା ମୂଲ୍ୟାୟନ ଆରମ୍ଭରୁ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା । ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲ୍ ବ୍ୟବହାର କରୁଛନ୍ତି ଶିକ୍ଷକଶିକ୍ଷୟିତ୍ରୀ । ଅଧିକ ପଢ଼ନ୍ତୁ

ଯୁକ୍ତଦୁଇ ଖାତା ମୂଲ୍ୟାୟନରେ ଅନିୟମିତତା, ମୋବାଇଲ ବ୍ୟବହାର କରୁଛନ୍ତି ଶିକ୍ଷକଶିକ୍ଷୟିତ୍ରୀ
ଯୁକ୍ତଦୁଇ ଖାତା ମୂଲ୍ୟାୟନରେ ଅନିୟମିତତା, ମୋବାଇଲ ବ୍ୟବହାର କରୁଛନ୍ତି ଶିକ୍ଷକଶିକ୍ଷୟିତ୍ରୀ

ଭୁବନେଶ୍ବର:ଯୁକ୍ତଦୁଇ ଖାତାମୂଲ୍ୟାୟନ ଆରମ୍ଭରୁ ଦେଖିବାକୁ ମିଳିଛି ବ୍ୟାପକ ଅନିୟମିତତା । ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲ୍ ବ୍ୟବହାର କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ । CHSE ଜାରି କରିଥିବା ଗାଇଡଲାଇନ୍‌କୁ ଖୋଲାଖୋଲି ଭାବରେ ଉଲ୍ଲଂଘନ କରୁଛନ୍ତି ଶିକ୍ଷକ ଶିକ୍ଷୟିତ୍ରୀ ।

ଯୁକ୍ତଦୁଇ ଖାତା ମୂଲ୍ୟାୟନରେ ଅନିୟମିତତା: ମୋବାଇଲରେ ବ୍ୟସ୍ତ ଶିକ୍ଷକଶିକ୍ଷୟିତ୍ରୀ, ଖାତା ଦେଖିବେ କଣ

ଖାତା ଦେଖିବା ସମୟରେ କିଏ ମୋବାଇଲ୍ ଦେଖୁଛନ୍ତି ତ କିଏ ଚାଟିଂରେ ବ୍ୟସ୍ତ ରହିଥିବା ଦେଖିବାକୁ ମିଳିଛି । ସିସିଟିଭି ନଜରରେ ଥାଇ ବି କାହାରି ଖାତିର ନାହିଁ । ଗୋଟିଏ ହଲ୍‌ରେ 10ରୁ 15 ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖୁଛନ୍ତି । କିନ୍ତୁ ଏକାଧିକ ମୋବାଇଲରେ ବ୍ୟସ୍ତ । ମୂଲ୍ୟାୟନ କେନ୍ଦ୍ରରେ ମୋବାଇଲକୁ ସମ୍ପୂର୍ଣ୍ଣ ବାରଣ ଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ କରି ଖାତାଦେଖା ଚାଲିଛି ।

ଏଭଳି ଅନିୟମିତତା ପରେ ନିର୍ଭୁଲ ଭାବରେ ଖାତା ଦେଖା ହୋଇ ପାରିବ କି ନାହିଁ ତାହାକୁ ନେଇ ସନ୍ଦେହ ଉପୁଜିବାରେ ଲାଗିଛି । ଏହାଦ୍ବାରା ଛାତ୍ରଛାତ୍ରୀ ଉପଯୁକ୍ତ ନମ୍ବର ପାଇ ପାରିବେ କି ନାହିଁ ତାହାକୁ ନେଇ ବଡ଼ ପ୍ରଶ୍ନ ଉଠିଛି । ମୋବାଇଲ୍ ଦେଖି ଭୁଲ କରିଦେବେନି ତ ଅଧ୍ୟାପକ ? କିଛି ଏଭଳି ପ୍ରଶ୍ନ ଏବେ ଚିନ୍ତାର କାରଣ ପାଲଟିଛି ।


ସେପଟେ ବିଜେବି ଜୁନିଅର କଲେଜ ଅଧ୍ୟକ୍ଷଙ୍କ କହିବା କଥା CHSEର ନିୟମ ଅନୁସାରେ ମୂଲ୍ୟାଙ୍କନ ଚାଲିଛି । ଚାପମୁକ୍ତ ଏବଂ ନିର୍ଭୁଲ ମୂଲ୍ୟାୟନ ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାତା ଦେଖା ହେଉଛି । ପ୍ରତି ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଦୈନିକ ୧୫ଟି ଖାତା ଦେଖିବାକୁ ଦିଆଯାଉଛି । ତେବେ ପ୍ରଶ୍ନ ଉଠୁଛି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିୟମ ହୋଇଥିଲେ ମଧ୍ୟ କାହିଁକି ନିୟମ ଉଲ୍ଲଂଘନ କରୁଛନ୍ତି ଅଧ୍ୟାପକ ।

Last Updated : Jun 2, 2022, 10:58 PM IST

ABOUT THE AUTHOR

...view details