ଭୁବନେଶ୍ବର: ଏଣିକି ଖରା ଛୁଟିରେ ସ୍କୁଲରେ ମିଳିବ ଶିକ୍ଷାଦାନ । ଗ୍ରୀଷ୍ମ ଅବକାଶ ସମୟରେ ଚାଲିବ ସ୍ବତନ୍ତ୍ର କ୍ଲାସ । ପଢାରେ ଦୁର୍ବଳ ଥିବା ପିଲାଙ୍କୁ ଶିକ୍ଷାଦାନ କରିବେ ଶିକ୍ଷକ । ଏହାସହ କୋର୍ସ ସରୁନଥିବାରୁ ଏହି ସମୟରେ ମଧ୍ୟ ପିଲାଙ୍କୁ କିଛି ପଢାଇବେ ଶିକ୍ଷକ । ଆଜି(ଗୁରୁବାର) ଏପରି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।
2 ମାସର ଖରାଛୁଟିରେ ପିଲାମାନେ ପଢାରୁ ଦୂରେଇ ଯାଉଥିବାରୁ ପିଲାଙ୍କୁ ପାଠ ସହ ଯୋଡି ରଖିବା ତଥା କ୍ଲାସରେ ଭଲ କରୁଥିବା ପିଲାଙ୍କୁ ଆହୁରି ଭଲ କରିବା ପାଇଁ ସୁଯୋଗ ସୃଷ୍ଟି କରିବାକୁ ଏପରି ପ୍ରୟାସ କରାଯାଇଛି । ସାଧାରଣତଃ ଖରାଛୁଟିରେ ଶିକ୍ଷକମାନେ ପାଳି କରି ସ୍କୁଲକୁ ଆସୁଥିବାବେଳେ ପିଲାମାନେ ଆସିନଥାନ୍ତି । ତେବେ ଏପରି କରିବା ଫଳରେ ପିଲାମାନେ ସେହି ଶିକ୍ଷକଙ୍କ ପାଖରୁ ଅଧିକ ଜ୍ଞାନ ଆହରଣ କରିପାରିବେ ବୋଲି ଆଶା ରହିଛି ।