ଭୁବନେଶ୍ବର: ରାଜଧାନୀରେ ଅଘଟଣ । ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଧାରଣା ଚାଲିଥିବା ବେଳେ ଶିକ୍ଷକ ମୃତ । ମୃତକ ଶିକ୍ଷକ ହେଲେ ବାରିପଦାର ନିରଞ୍ଜନ ବାରିକ ।
ବିଧାନସଭା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକଠାରେ ଆନେକ ସଂଘ ନିଜର ଦାବି ପୂରଣ ପାଇଁ ସଂଘର୍ଷ କରୁଛନ୍ତି । ସେହିଭଳି ପ୍ରାଥମିକ ଶିକ୍ଷକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ପକ୍ଷରୁ ମଧ୍ୟ ଧାରଣା ଦିଆଯାଉଥିଲା । ଧାରଣା ସମୟରେ ନିରଞ୍ଜନ ବାରିକ ସରକାରଙ୍କ ବିରୋଧରେ ଶିକ୍ଷକଙ୍କ ଦାବିକୁ ନେଇ ଚେତାବନୀ ଦେଉଥିବା ବେଳେ ହଠାତ ପାଣି ମାଗିଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ପୋଲିସ ତୁରନ୍ତ ନିରଞ୍ଜନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲେ ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା।
ଧାରଣା ବେଳେ ଟଳିପଡିଲେ ଶିକ୍ଷକ ଏହାକୁ ନେଇ କ୍ୟାପିଟାଲ ହସ୍ପିଟାଲର ଶବ ବ୍ୟବଛେଦ ଗୃହ ସମ୍ମୁଖରେ ଶବ ରହି ଆନ୍ଦୋଳନ କରିଥିଲେ ପ୍ରାଥମିକ ଶିକ୍ଷକ। ମୃତ ନିରଞ୍ଜନଙ୍କ ପରିବାର ମଧ୍ୟରୁ ଜଣକଙ୍କୁ ସରକାରୀ ଚାକିରୀ ଓ ୫୦ ଲକ୍ଷ ଟଙ୍କା ଦାବି କରିଛି ମହାସଂଘ। ସୂଚନା ଅନୁସାରେ 7 ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ରାଜଧାନୀର ମାଷ୍ଟରକ୍ୟାଣ୍ଟିନରେ ଧାରଣା ଚାଲିଥିଲା। ପାଖାପାଖି ୬ ହଜାର ଶିକ୍ଷକ ଆସିଥିବା ବେଳେ ନିଜର ଦାବିକୁ ଦୀର୍ଘ ବର୍ଷ ଧରି ସରକାରଙ୍କୁ ଜଣାଉଛନ୍ତି। ହେଲେ ସରକାର ଏହାକୁ ଅଣଦେଖା କରୁଛନ୍ତି। ଓଟିଇଟି ପ୍ରଶ୍ନ ପତ୍ରରେ ଅପଭ୍ରଂସ ଲିପି, ପ୍ରଶ୍ନ ପତ୍ର ତ୍ରୁଟି ପାଇଁ ଗ୍ରେସ୍ ମାର୍କ ମିଳିବା ପାଇଁ ଦାବି କରିଛନ୍ତି ଶିକ୍ଷକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ