ଓଡିଶା

odisha

ETV Bharat / city

ଶନିବାର ଅଭିଭାବକ-ଶିକ୍ଷକଙ୍କ ମଧ୍ୟରେ ବୈଠକ - ସମୀର ରଞ୍ଜନ ଦାଶ

ଅଭିଭାବକ ଶିକ୍ଷକଙ୍କ ମଧ୍ୟରେ ହେବ ୱାନ ଟୁ ୱାନ ବୈଠକ। ରାଜ୍ୟର ୮ ହଜାର ହାଇସ୍କୁଲରେ ଅନୁଷ୍ଠିତ ହେବ ଏହି ବୈଠକ। ଅଧିକ ପଢ଼ନ୍ତୁ...

teacher and parents meeting going held on february 13 Says education minister odisha
ଆସନ୍ତାକାଲି ଅଭିଭାବକ ଶିକ୍ଷକଙ୍କ ମଧ୍ୟରେ ବୈଠକ

By

Published : Feb 12, 2021, 9:48 PM IST

ଭୁବନେଶ୍ବର:ଅଭିଭାବକ ଶିକ୍ଷକଙ୍କ ମଧ୍ୟରେ ହେବ ୱାନ ଟୁ ୱାନ ବୈଠକ। ଆସନ୍ତାକାଲି (ଶନିବାର) ରାଜ୍ୟରେ ଏହି ବୈଠକ ହେବ। ଏହି ବୈଠକରେ ଅଭିଭାବକମାନେ ପିଲାମାନଙ୍କ ପ୍ରତି କିଭଳି ଯତ୍ନବାନ ହେବେ ସେନେଇ ଆଲୋଚନା କରାଯିବ। ବୈଠକ ଦ୍ବାରା ଛାତ୍ରଛାତ୍ରୀଙ୍କୁ ପାଠପଢ଼ିବା ପାଇଁ ପ୍ରଭାବିତ କରାଯାଇ ପାରିବ।

ଆସନ୍ତାକାଲି ଅଭିଭାବକ ଶିକ୍ଷକଙ୍କ ମଧ୍ୟରେ ବୈଠକ

ରାଜ୍ୟର ୮ ହଜାର ହାଇସ୍କୁଲରେ ଅନୁଷ୍ଠିତ ହେବ ଏହି ବୈଠକ। ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ରାଉରକେଲା ଉଦିତ ନଗର ହାଇସ୍କୁଲରେ ହେବାକୁ ଥିବା ବୈଠକରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିଜେ ସାମିଲ ହେବେ। ପୂର୍ବରୁ ସ୍କୁଲ ମାନଙ୍କରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସରକାର ବର୍ଷକୁ ୪ଟି ବୈଠକ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ମାତ୍ର କୋଭିଡ -19 ସଂକ୍ରମଣ ଯୋଗୁଁ ଏହି ବୈଠକ ବନ୍ଦ ରହିଥିଲା । ଆଗାମୀ ଦିନରେ ରାଜ୍ୟର ପ୍ରତ୍ୟେକ ସ୍କୁଲ ମାନଙ୍କରେ ବୈଠକ କରାଯିବ ନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି (ଶନିବାର) ଶିକ୍ଷକ ଶିକ୍ଷୟିତ୍ରୀ ଅଭିବାବକ ସହ ବୈଠକ ପାଇଁ ସ୍କୁଲ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ରହିଛି। ସ୍କୁଲ ଭିତରେ ଥିବା ଖୋଲା ପରିସର ରେ ବେଠକ ବସିବ। ଅଭିବାବକ ମାନଙ୍କୁ ସ୍କୁଲ ଆସିବା ପାଇଁ ମେସେଜ କରାଯାଇଛି। ଫୋନ କଲ୍ ଯୋଗେ ମଧ୍ୟ ଅଭିଭାବକଙ୍କୁ ଯୋଗାଯୋଗ କରାଯାଇଛି।

ଅନ୍ୟପଟେ ଶିକ୍ଷାବିତ କହିଛନ୍ତି ଯେ, ଯେତେବେଳେ ଅଭିଭବକ ଓ ଶିକ୍ଷାକମାନଙ୍କ ମଧ୍ୟରେ ବୈଠକ କରାଯିବ ସେଥିରେ ଛାତ୍ରଛାତ୍ରୀ ବେଶ ଲାଭବନ ହେବେ। ଏହାଦ୍ବାରା ଆଗାମୀ ଦିନରେ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ପଦର୍ଶନ କରିପାରିବେ। କୋରୋନା ସଂକ୍ରମଣ ଯୋଗୁଁ ସ୍କୁଲ ବନ୍ଦ ରହିଥିଲା, ଏଥିପାଇଁ ସିଲାବସ କମାଇ ଦିଆଯାଇଛି। ଅନ୍ୟପଟେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ମାର୍ଗଦର୍ଶନ ପାଇଁ ଶିକ୍ଷାଦର୍ପଣ ଯୋଗାଇ ଦିଆଯାଇଛି। ତେବେ ଏହି ବୈଠକରେ କେତେ ମାତ୍ରାରେ ଛାତ୍ରଛାତ୍ରୀ ପ୍ରଭାବିତ ହେଉଛନ୍ତି ଓ ଅଭିବାବକ ଓ ଶିକ୍ଷୟତ୍ରୀ ଙ୍କ ପାଇଁ କେତେ ସହାୟକ ହେଉଛନ୍ତି ତାହା ସମୟ କହିବ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details