ଓଡିଶା

odisha

ETV Bharat / city

ରାଜଧାନୀରେ ବୀଭତ୍ସ ହତ୍ୟା, DCP ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ - ରାଜଧାନୀରେ ବୀଭତ୍ସ ହତ୍ୟା

ରାଜଧାନୀରେ ଭୁବନେଶ୍ବରରେ ବୀଭତ୍ସ ହତ୍ୟା । ଡିସିପି ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ । ଅଧିକ ପଢନ୍ତୁ

ରାଜଧାନୀରେ ବୀଭତ୍ସ ହତ୍ୟା, ଡିସିପି ଅଫିସ ସାମ୍ନାରେ ଚା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ
ରାଜଧାନୀରେ ବୀଭତ୍ସ ହତ୍ୟା, ଡିସିପି ଅଫିସ ସାମ୍ନାରେ ଚା ଦୋକାନୀକୁ ହାଣିଲେ ଦୁର୍ବୃତ୍ତ

By

Published : Aug 31, 2022, 9:46 AM IST

Updated : Aug 31, 2022, 12:07 PM IST

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ଗଣେଶ ପୂଜା ପୂର୍ବ ରାତିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା । ଡିସିପି ଅଫିସ ସାମ୍ନାରେ ଚା' ଦୋକାନୀକୁ ହାଣିଲେ ଦୁର୍ବୃତ୍ତ(Tea Stall Owner Brutally Killed in Bhubaneswar) । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ବରର ବାଣୀବିହାର ଛକରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମେଟ୍ରୋ ଟାୱାର କଡରେ ଥିବା ଏକ ଚା' ଦୋକାନୀକୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ଗୋଡାଇ ଗୋଡାଇ ହାଣି ହତ୍ୟା କରିଛନ୍ତି । ସବୁଠୁ ବଡ କଥା ହେଉଛି, ଡିସିପି ଅଫିସ ସାମ୍ନାରୁ ମାତ୍ର ୫୦ ମିଟର ଦୂରରେ ଏହି ଜଘନ୍ୟ କାଣ୍ଡ ଘଟିଛି । ହତ୍ୟା ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇ ଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରୁଛି । ମୃତ ଚା' ଦୋକାନୀଙ୍କ ନାମ ଲିପୁ ବୋଲି ଜଣାପଡିଛି ।

ରାଜଧାନୀରେ ବୀଭତ୍ସ ହତ୍ୟା

କାହିଁକି ଏବଂ କେଉଁ କାରଣରୁ ଚା' ଦୋକାନୀଙ୍କୁ ଏପରି ହତ୍ୟା କରାଗଲା ତାହା ଜଣାପଡିନାହିଁ । ଏନେଇ ସହିଦ ନଗର ଥାନାଧିକାରୀ କୌଣସି ସୂଚନା ଦେଇନାହାନ୍ତି । ମଙ୍ଗଳବାର ମଧ୍ୟରାତ୍ରି ପ୍ରାୟ ୨ଟା ସମୟରେ ତାଙ୍କୁ ହତ୍ୟା କରାଯାଇଥିବାର କୁହାଯାଉଛି । ଗଣେଶ ପୂଜା ପାଇଁ ସହରରେ ପୋଲିସ ଛାଉଣି ହୋଇଥିବା ବେଳେ ପାଟ୍ରୋଲିଂ ମଧ୍ୟ ଜୋରଦାର କରାଯାଉଛି । ଏସବୁ ସତ୍ତ୍ବେ ବି ରାଜଧାନୀ ଛାତିରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିବା ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । ତେବେ ଏହି ଘଟଣାକୁ ନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ହତ୍ୟାକାଣ୍ଡ ଭିଆଇଥିବା ଦୁର୍ବୃତ୍ତମାନଙ୍କୁ ଟ୍ରାକ କରାଯାଉଛି । କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।''

ଏହାମଧ୍ୟ ପଢନ୍ତୁ:ସୋଭିଏତ ସଂଘର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ପରଲୋକ

ରାଜଧାନୀ ଛାତି ଉପରେ ଏଭଳି ଅପରାଧ ଘଟିବା ଏବେ ସାଧାରଣ ଘଟଣା ହୋଇଗଲାଣି । ସହରରେ ଅପରାଧି ବେଧଡକ ଆତଙ୍କ ଖେଳାଇ ଚାଲିଛନ୍ତି । ହତ୍ୟା ହେଉ କି ଲୁଟ୍, ଛିନତାଇ ହେଉ କି ଡକାୟତି, ପ୍ରତିଟି ଅପରାଧକୁ ଅତି ସହଜରେ ଘଟାଉଛନ୍ତି ଦୁର୍ବୃତ୍ତ । ଦିନ ଦ୍ବିପ୍ରହରରେ ଲୁଟ୍‌ପାଟ ହେଉଛି । ଯାହା ସ୍ମାର୍ଟସିଟିକୁ କ୍ରାଇମସିଟିରେ (Crime city) ପରିଣତ କରିଛି । ବାରମ୍ବାର ହତ୍ୟା ଓ ଆକ୍ରମଣ ଘଟଣା ଦେଖି ରାଜଧାନୀବାସୀ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 31, 2022, 12:07 PM IST

ABOUT THE AUTHOR

...view details