ଓଡିଶା

odisha

ETV Bharat / city

ଡିଟିଏସ ବସର ହେବ ପୁନଃରୁଦ୍ଧାର - ଟାର୍ଗେଟରେ 1 ଲକ୍ଷ ଯାତ୍ରୀ

ଡିଟିଏସ ବସକୁ ପୁର୍ନବାର ପ୍ରସ୍ତୁତ କରିବାକୁ ଅଣ୍ଟା ଭିଡିଛି କ୍ରୁଟ । ମୋ ବସ ପରି ଡିଟିଏସ ବସର ହେବ ପୁନରୁଦ୍ଧାର।

ଫଟୋ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 3, 2019, 4:58 PM IST


ଭୁବନେଶ୍ବର: ପୁନଃରୁଦ୍ଧାର ହେବ ଡିଟିଏସ ବସ । ଭୁବନେଶ୍ବର, କଟକ ଓ ପୁରୀକୁ ନୂଆ କରି ଅଧିକ ବସ ଚାଲିବା ପାଇଁ ଯୋଜନା କରିଛି କ୍ରୁଟ( କ୍ୟାପିଟାଲ ରିଜିଅନ ଟ୍ରାନ୍ସପାର୍ଟ) । ଟ୍ବିନ ସିଟିରେ 200ଟି ବସ ଚାଲୁଥିବାବେଳେ ଆହୁରି 50ଟି ଇ-ବସ ସେବାକୁ ଗୁରୁତ୍ବ ସହ ନେଇଛି କ୍ରୁଟ । ମୋ ବସ ପରି ଡିଟିଏସ ବସର ହେବ ପରିଚାଳନା।

ଇ-ବସ ସେବା ରାଜ୍ୟ ସରକାର ଘୋଷଣା କରିଥିବାବେଳେ ପୁରୁଣା ବସକୁ ନୂତନ ଭାବେ ପ୍ରସ୍ତୁତ କରିବ 2ଟି ବଡ କମ୍ପାନୀ । ଟାଟା ଓ ଅଶୋକ ଲେଲ୍ୟାଣ୍ଡର ଦୁଇଟି କମ୍ପାନୀ ଏହି ବସକୁ ଅତ୍ୟାଧୁନିକ କରିବେ । ସୂଚନାଯୋଗ୍ୟ, କଟକ-ଭୁବନେଶ୍ବରରେ ମୋ ବସ ସେବା ପ୍ରାୟ 200ଟି ବସ ଚାଲୁଥିବାବେଳେ ଭୁବନେଶ୍ବରର ଅନ୍ୟ ରୁଟରେ ବସ ଗଡିବା ପାଇଁ ଅଧିକ ବସର ଆବଶ୍ୟକତା ରହୁଛି । ସେଥିପାଇଁ ଭୁବନେଶ୍ବରରେ ଡିପୋରେ ପଡି ରହିଥିବା ଡିଟିଏସ ବସଗୁଡିକୁ ପୁର୍ନବାର ପ୍ରସ୍ତୁତ କରିବାକୁ ଅନ୍ୟ ରୁଟରେ ଚଳାଇବା ପାଇଁ ଯୋଜନା କରିଛି କ୍ରୁଟ । ଲୋକଙ୍କୁ କ୍ରୁଟ ପକ୍ଷରୁ କିଭଳି ଉତ୍ତମ ସେବା ଯୋଗାଇ ଦିଆଯିବ ସେନେଇ ସମସ୍ତ ପ୍ରକାରରେ ପ୍ରସ୍ତୁତ ରହିଛି କ୍ରୁଟ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ଚଳିତ ବର୍ଷ ଫନି ବାତ୍ୟା ପରେ ମୋ ବସରେ ପାସେଞ୍ଜର କମ ରହିଥିବା ବେଳେ ଚଳିତ ବର୍ଷ ଅଗଷ୍ଟ ସୁଧା ମୋ ବସରେ 73 ହଜାର ପାସେଞ୍ଜର ଯାତ୍ରା କଲେଣି। ଚଳିତ ବର୍ଷ ଶେଷ ସୁଧା ଏହାକୁ1 ଲକ୍ଷ କରିବାକୁ ଯୋଜନା କରିଛି କ୍ରୁଟ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details