ଓଡିଶା

odisha

ETV Bharat / city

ବିଭିନ୍ନ ହସ୍ପିଟାଲକୁ ଟିସିଏସ ଦେଲା 10 ଭେଣ୍ଟିଲେଟର - bhubaneswar latest news

ରାଜ୍ୟର ଡାକ୍ତରୀ ଭିତ୍ତିଭୂମିକୁ ମଜବୁତ କରିବା ସହ ଓଡିଶାର ଗରିବ ଶ୍ରେଣୀର ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ହାତ ବଢିଛି ଟିସିଏସ।  ଦ୍ୱିତୀୟ ପର୍ଯ୍ୟାୟରେ ବିଭିନ୍ନ ହସ୍ପିଟାଲକୁ ଟିସିଏସ ଦେଲା 10 ଭେଣ୍ଟିଲେଟର । ଅଧିକ ପଢନ୍ତୁ...

TCS provide 10 ventilator to different hospital in bhubaneswar
ବିଭିନ୍ନ ହସ୍ପିଟାଲକୁ ଟିସିଏସ ଦେଲା 10 ଭେଣ୍ଟିଲେଟର

By

Published : Nov 5, 2021, 10:53 PM IST

ଭୁବନେଶ୍ବର: ବିଭିନ୍ନ ହସ୍ପିଟାଲକୁ ଦ୍ୱିତୀୟ ପର୍ଯ୍ୟାୟରେ ଟିସିଏସ ଦେଲା 10 ଭେଣ୍ଟିଲେଟର। ପ୍ରଥମ ପର୍ଯ୍ୟାୟରେ ଓଡିଶାର ବିଭିନ୍ନ ଡାକ୍ତରଖାନାକୁ 13 ଟି ଭେଣ୍ଟିଲେଟର ଦାନ କରିଥିଲା। ରାଜ୍ୟର ଡାକ୍ତରୀ ଭିତ୍ତିଭୂମିକୁ ମଜବୁତ କରିବା ସହ ଓଡିଶାର ଗରିବ ଶ୍ରେଣୀର ଲୋକଙ୍କୁ ଚିକିତ୍ସା କ୍ଷେତ୍ରରେ ହାତ ବଢିଛି ଟିସିଏସ।

ଟାଟା କନ୍ସଲଟାନ୍ସ ସର୍ଭିସେସ୍ (ଟିସିଏସ୍) ଏହାର ସିଏସ୍ଆର୍ ଅଂଶ ଭାବରେ ବିଭିନ୍ନ ସରକାରୀ ଏବଂ ବେସରକାରୀ ଡାକ୍ତରଖାନାକୁ ଆଜି 10 ଟି PB-560 ଭେଣ୍ଟିଲେଟର ଦାନ କରିଛି। ଏହି ଭେଣ୍ଟିଲେଟର ଗୁଡିକ ଭୁବନେଶ୍ୱର ର କ୍ୟାପିଟାଲ୍ ହସ୍ପିଟାଲ, ବ୍ରହ୍ମପୁର ର MKCG ମେଡିକାଲ୍ କଲେଜ, ଭୁବନେଶ୍ୱର ର କେୟାର ହସ୍ପିଟାଲ୍, ଭୁବନେଶ୍ୱରର ଆମରି ହସ୍ପିଟାଲ୍ ଏବଂ ନିଗମ ହେଲଥ କେୟାରକୁ ଦାନ କରାଯାଇଛି। ବିଭିନ୍ନ ଡାକ୍ତରଖାନାକୁ ଭେଣ୍ଟିଲେଟର ହସ୍ତାନ୍ତର କରୁଥିବା ବେଳେ ଟିସିଏସର ଭୁବନେଶ୍ୱର କେନ୍ଦ୍ର ମୁଖ୍ୟ ସରିତା ମିଶ୍ର, ଆଞ୍ଚଳିକ ଏଚଆର୍ ହେଡ୍ - କାଲିପ୍ରସାଦ ତ୍ରିପାଠୀ ଉପସ୍ଥିତ ରହିଥିଲେ । ଏହା ଟିସିଏସର ସମାଜ ପ୍ରତି ଏକ ଛୋଟ ଅବଦାନ। ଯାହାକି COVID-19 ମହାମାରୀର ମୁକାବିଲା କରିବା ସହ ଡାକ୍ତରୀ ଭିତ୍ତିଭୂମିକୁ ମଜବୁତ କରିବା ସହ ଓଡିଶାର ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବ ବୋଲି ଟି ସି ଏସ ର କେନ୍ଦ୍ର ମୁଖ୍ୟ ସରିତା ମିଶ୍ର କହିଛନ୍ତି।

ଏହାକୁ ନେଇ ସମସ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ପ୍ରଶଂସା କରିବା ସହ COVID-19 ମହାମାରୀ ବିରୁଦ୍ଧରେ ଲଢ଼ିବାରେ ସହାୟତା କରିଥିବାରୁ TCS କୁ ଧନ୍ୟବାଦ ଜଣାଇଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details