ଓଡିଶା

odisha

ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟାସନ୍ସ ଚେୟାରମ୍ୟାନ - ଟାଟାସନ୍ସ ଚେୟାରମ୍ୟାନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଟାଟାସନ୍ସ ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ । ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

Tata Sons Chairman meet cm naveen patnaik
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟାସନ୍ସ ଚେୟାରମ୍ୟାନ

By

Published : Oct 14, 2022, 9:03 AM IST

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଟାଟାସନ୍ସ ଚେୟାରମ୍ୟାନ । ଗୁରୁବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଟାଟା ସନ୍ସ ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ । ଟାଟା ସନ୍ସ ଅଧକ୍ଷଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ । ଏହାପରେ ଉଭୟ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ଏନ ଚନ୍ଦ୍ରଶେଖରନ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ । ସଫଳ ଆଲୋଚନା ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Tata Sons Chairman meet cm naveen patnaik

ରାଜ୍ୟରେ ଟାଟାର ବିଭିନ୍ନ ପ୍ରକଳ୍ପର କଳେବର ବୃଦ୍ଧି ସଂକ୍ରାନ୍ତରେ ଚନ୍ଦ୍ରଶେଖରନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଟାଟାସନ୍ସର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ ଓଡିଶାର ଟାଟା ସନ୍ସର ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା କରିଛନ୍ତି । ଟାଟା ଷ୍ଟିଲ ସମେତ ଅନ୍ୟାନ୍ୟ ପ୍ରକଳ୍ପଗୁଡିକର ବିସ୍ତାର ସମ୍ପର୍କରେ ଆଲୋଚନା ହୋଇଛି । ଏହା ସହ ଭୁବନେଶ୍ବର ଟିସିଏସର ସାମର୍ଥ୍ୟ 15 ହଜାରକୁ ବୃଦ୍ଧି ଲାଗି ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଟାଟାସନ୍ସ ଚେୟାରମ୍ୟାନଙ୍କୁ ଫ୍ଲାଗସିପ ଇନଭେଷ୍ଟର ମିଟ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନ ଚନ୍ଦ୍ରଶେଖରନଙ୍କୁ ଉପହାର ସୁୁରୁପ ହକି ଇଣ୍ଡିଆ ଟି-ସାର୍ଟ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ବି ପଢନ୍ତୁ... OAS Reshuffle: ଓଏଏସ ସ୍ତରରେ ବଡ଼ଧରଣର ଅଦଳବଦଳ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଟାଟାସନ୍ସ ଚେୟାରମ୍ୟାନ

ଟାଟା ସନ୍ସ ପକ୍ଷରୁ ଟାଟା ଷ୍ଟିଲ ରାଜ୍ୟରେ ପରିଚାଳିତ ହେଉଛି । ଆଗାମୀ ଦିନରେ ଟିସିଏସ ଭୁବନେଶ୍ବର କ୍ଷମତା ବୃଦ୍ଧି କରିବ ବୋଲି ଆଶା କରାଯାଉଛି । ଆଲୋଚନା ସକରାତ୍ମକ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ସାକ୍ଷାତକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି.କେ ପାଣ୍ଡିଆନ ଓ ଟାଟା ଷ୍ଟିଲ ଏମଡି ଟିଭି ନରେନ୍ଦ୍ରନ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details