ଓଡିଶା

odisha

ETV Bharat / city

ଜାନୁଆରୀ 12ରେ ଅନୁଷ୍ଠିତ ହେବ ଭୁବନେଶ୍ବର ହାଫ୍‌ ମାରାଥନ - Tata Half Marathon

ଜାନଆରୀ 12ରୁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ବର ହାଫ୍ ମାରାଥନ୍‌ । ଆୟୋଜିତ ଏହି ମାରାଥନ କାର୍ଯ୍ୟକ୍ରମରେ କ୍ରୀଡ଼ାବିତ୍‌ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ଯୁବବର୍ଗ ଭାଗ ନେଇପାରିବେ । ଏଥିପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

Tata Half Marathon to be held on January 12
ଭୁବନେଶ୍ବର ହେବ ହାଫ୍‌ ମାରାଥନ

By

Published : Dec 11, 2019, 4:14 AM IST

ଭୁବନେଶ୍ବର: ଜାନଆରୀ 12ରୁ ରାଜଧାନୀ ଭୁବନେଶ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି ଭୁବନେଶ୍ବର ହାଫ୍ ମାରାଥନ୍‌ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଜେକତାଙ୍କୁ 8 ଲକ୍ଷ ଟଙ୍କାର ଅର୍ଥରାଶି ଜିତିବାର ସୁଯୋଗ ରହିଛି । ଏଥିରେ ସାମିଲ ହେବାକୁ ଥିବା ପ୍ରତିଯୋଗୀଙ୍କ ପାଇଁ ଅନଲାଇନ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇସାରିଛି । ଏହି ମାରାଥନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ଆହ୍ବାନ କରାଯାଇଛି । ଏନେଇ ସ୍ଥାନୀୟ ଜିଞ୍ଜର ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟାଟା ଷ୍ଟିଲର ଉପସଭାପତି ଚାଣକ୍ୟ ଚୌଧୁରୀ କହିଛନ୍ତି ।

ଭୁବନେଶ୍ବର ହେବ ହାଫ୍‌ ମାରାଥନ

ଏହି ସମ୍ମିଳନୀରେ ମାରାଥନ ପାଇଁ ଜର୍ସି ଉନ୍ମୋଚନ କରିବା ସହ ସୁସ୍ଥ ଓ ନିରାମୟ ଜୀବନ ପାଇଁ ଲୋକମାନଙ୍କୁ ନିୟମିତ ଦୌଡ଼ିବାର ଆଵଶ୍ୟକତା ରହିଛି ବୋଲି କହିଥିଲେ । ଯାହାକୁ କେନ୍ଦ୍ର କରି ପ୍ରତିବର୍ଷ ଟାଟା ଷ୍ଟିଲ ପକ୍ଷରୁ ସାରା ଦେଶରେ ଏହିଭଳି ମାରାଥନ ଆୟୋଜନ କରାଯାଉଛି । ତେବେ ଓଡ଼ିଶାରେ ଏହି ମାରାଥନ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବାବେଳେ ଟାଟା ଷ୍ଟିଲ ଏଥିରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇ ଆସୁଛି । ବିଗତ 4ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ମାରାଥନ ଅନେକ ସଫଳତା ପାଇଥିବା ବେଳେ ଏଥର 5 ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିବା ନେଇ ସେ ଆଶା ପ୍ରକଟ କରିଛନ୍ତି ।

ସେହିପରି ଏହି ମାରାଥନ ରାଜ୍ୟରେ ଏକ ସ୍ବତନ୍ତ୍ର ପର୍ବର ମର୍ଯ୍ୟାଦା ହାସଲ କରି ସାରିଥିବା ବେଳେ ଅଧିକରୁ ଅଧିକ ଲୋକ ଏଥିରେ ଯୋଡି ହେବା ସହିତ ସୁସ୍ଥ ସମାଜ ଗଠନ ଦିଗରେ ସାମିଲ ହେବାକୁ ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ଓ ଅଭିନେତ୍ରୀ ଅର୍ଚ୍ଚିତା ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ, ଜାନୁଆରୀ 12ରେ ଆୟୋଜିତ ହେବାକୁ ଥିବା ଏହି ହାଫ ମାରାଥନ 21 କିମି ସହିତ 10 କିମି ଓ 5 କିମି ବର୍ଗରେ ଆୟୋଜନ କରାଯାଉଛି । ଯେଉଁଥିରେ କ୍ରୀଡ଼ାବିତ୍‌ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଓ ଯୁବବର୍ଗମାନେ ମଧ୍ୟ ଅଂଶଗ୍ରହଣ କରିପାରିବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details