ଭୁବନେଶ୍ବର: କଂଗ୍ରେସ କନ୍ଦଳକୁ ନେଇ ଏକାଠି ମୁହଁ ଖୋଲିଲେ ତାରା ଓ ସୁର । ସିଧାସଳଖ ମୁଖିଆଙ୍କୁ ଟାର୍ଗେଟ କରି କହିଲେ କମ୍ପରମାଇଜର ପ୍ରଶ୍ନ ଉଠୁନି । ତେବେ ସେମାନେ ଲଢେଇ ଆରମ୍ଭ କରିଛନ୍ତି । ମୁଁ ଶେଷ କରିବି । ଆଉ ଖୁବ୍ ଖୀଘ୍ର ସତ୍ୟ ଲୋକଲୋଚନକୁ ଆଣିବି । ଏହି ବିଷୟରେ ହାଇ କମାଣ୍ଡଙ୍କୁ ଜଣେଇବା ନେଇ କହଛନ୍ତି ସୁର ।
କଂଗ୍ରେସ କନ୍ଦଳ: ତାରାଙ୍କ ସ୍ବରରେ ସ୍ବର ମିଳାଇଲେ ସୁର - କୋରାପୁଟ ସାଂସଦ ସପ୍ତଗିରି ଉଲାକା
ଦଳରେ ହୋଇଥିବା ଗୋଷ୍ଠୀ କନ୍ଦଳ ବିରୁଦ୍ଧରେ ଆଜି ଏକାଠି ମୁହଁ ଖୋଲିଛନ୍ତି ବିଧାୟକ ସୁରେଶ ରାଉତ ରାୟ ଓ ବିଧାୟକ ତାରା ବାହିନୀପତି । ଅଧିକ ପଢନ୍ତୁ...
କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ନେଇ ମୁହଁ ଖୋଲିଲେ ତାରା
ସେପଟେ ଦଳକୁ ନେଇ ତାରା ବାହିନୀପତି କହିଛନ୍ତି ମୁଁ କଂଗ୍ରେସ ଛାଡିନି । କଂଗ୍ରେସ ଦଳର ମୁଁ ଜଣେ ବିଧାୟକ । ଦଳ ଛାଡିବାର ପ୍ରଶ୍ନ ଉଠୁନି । ଯେଉଁମାନେ ବିଜେଡି , ବିଜେପି ସହ ମିଶି କଂଗ୍ରେସକୁ ଭାଙ୍ଗିବା ପାଇଁ ଚକ୍ରାନ୍ତ କରୁଛନ୍ତି ସେମାନଙ୍କ ମୁଖା ଖୁବଶୀଘ୍ର ପଦାକୁ ଆସିବ । AICC ନିଷ୍ପତି ନେବ ଏହି ବିଷୟରେ । ସେପଟେ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବିଧାୟକ ତାରା ପ୍ରସାଦ ବାହିନୀ ପତି ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ