ଭୁବନେଶ୍ବର:ତାଳଚେର ଅଞ୍ଚଳରୁ ଦେଶର ବିଭିନ୍ନ ରାଜ୍ୟକୁ 66ଟି ଟ୍ରେନ ରେକ ଦ୍ବାରା କୋଇଲା ପରିବହନ କରାଯାଇଛି । ଯାହାକି ଗୋଟିଏ ଦିନରେ ସର୍ବାଧିକ ପଣ୍ୟ ବୋଝେଇ ରେକର୍ଡ । ଦେଶରେ ବିଦ୍ୟୁତ ସଙ୍କଟ ପରିଚାଳନା ଏବଂ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ହୋଇଛି ।
ଏହି ୬୬ଟି ରେକରେ ଦିଲ୍ଲୀ, ପଞ୍ଜାବ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶକୁ କୋଇଲା ପରିବହନ କରାଯାଇଛି । ଦେଶର ବିଭିନ୍ନ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ବିଦ୍ୟୁତ ସଙ୍କଟକୁ ଏଡ଼ାଇବା ପାଇଁ ତଥା ଗ୍ରାହକଙ୍କୁ ନିରନ୍ତର ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି ।