ଭୁବନେଶ୍ବର:ରାଜ୍ୟରେ ମହାମାରୀ ସଂକ୍ରମଣ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା । ଏବେ ମହାମାରୀ ସଂକ୍ରମଣ ହ୍ରାସ ସ୍ଥିତିରେ। ଖୋର୍ଦ୍ଧା କଟକରେ ଲୋକ ଅଧିକ ଅଛନ୍ତି, ସର୍ବେଲାନ୍ସ ଅଧିକ ରହୁଛି, ଯାତାୟାତ ଅଧିକ ହେଉଛି । ସେଥିପାଇଁ ସଂକ୍ରମଣ ବଢୁଛି । ହେଲେ ବ୍ୟସ୍ତ ହେବାର କିଛି ନାହିଁ । କିଛି ନିୟମ ମାନିବାକୁ ପଡିବ ବୋଲି କହିଛନ୍ତି ।
ପିଲାଙ୍କୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ହେଲେ ପିତାମାତା ସତର୍କ ରୁହନ୍ତୁ: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - ସର୍ଭେଲାନ୍ସ
ମହାମାରୀ ସଂକ୍ରମଣ ହ୍ରାସ ସ୍ଥିତିରେ। ସଂକ୍ରମଣରୁ ନିଜ ଶିଶୁଙ୍କୁ ରୋକିବାକୁ ହେଲେ ପିତାମାତା ସତର୍କ ରହିବା ଆବଶ୍ୟକ । ଅଧିକ ପଢନ୍ତୁ...
ସେହିପରି ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି ଏବେ କଲମ୍ବିଆରୁ ଅଧିକ ହେଉଥିବା ଜଣାପଡୁଛି । କଲମ୍ବିଆରେ ସମୁଦାୟ ସଂକ୍ରମିତରୁ 39 ପ୍ରତିଶତ ଲୋକ ନୂଆ ଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା କହିଛନ୍ତି । ଏହାବାଦ ସମଗ୍ର ବିଶ୍ବରେ ନୂଆ ଭାଇରସର ପ୍ରିଭିଲେନ୍ସ ମାତ୍ର 0.1 ପ୍ରତିଶତ ଥିବାବେଳେ, ଅଗଷ୍ଟ 30 ସୁଦ୍ଧା ‘ହୁ’ ତାକୁ ଭେରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ତେବେ ଭାଇରସକୁ ଭେରିଆଣ୍ଟ ଅଫ କନସର୍ନ ବୋଲି କହିନି ‘ହୁ’ । ତାହାର ଅଳ୍ପ କିଛି ଗୁଣ ଚିହ୍ନଟ ହୋଇଛି । ତାହାର ସଂକ୍ରମଣ କ୍ଷମତା ବଢିପାରେ । ଅଧିକ ଗୁରୁତର କରିପାରେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହା ପ୍ରମାଣିତ ହୋଇନାହିଁ ।
ଅନ୍ୟପଟେ ବୁଷ୍ଟର ଡୋଜ ପାଇଁ ଗବେଷଣା ଚାଲିଛି। ଟୀକା ନେଇଥିବା ବ୍ୟକ୍ତିଙ୍କର ବର୍ଷରୁ ଦେଢ ବର୍ଷ ଯାଏ ପ୍ରତିଷେଧକ କ୍ଷମତା ଯାଞ୍ଚ କରିବା ପରେ ହି ବୁଷ୍ଟର ଡୋଜର ଆବଶ୍ୟକତା କଥା କହି ହେବ ବୋଲି କହିଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ