ଓଡିଶା

odisha

ETV Bharat / city

'ବିପିୟୁଟିରେ ଅନଲାଇନ ସେମିଷ୍ଟାର ନିଷ୍ପତ୍ତିର ଉପଯୁକ୍ତ ବିକଳ୍ପ ନିଆଯାଉ' - BHUBANESWAR NEWS

କୋରୋନା ପାଇଁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିିଥିବାବେଳେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଶେଷ ବା ଫାଇନାଲ ସେମିଷ୍ଟାର ଅନଲାଇନ ମାଧ୍ୟମରେ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଘୋର ନିନ୍ଦା କରାଯିବା ସହିତ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ରଖିଛନ୍ତି । ଅଧିକ ପଢନ୍ତୁ...

OD_BPUT_ONLINE FINAL EXAM ISSUE
'ବିପିୟୁଟିରେ ଅନଲାଇନ ସେମିଷ୍ଟାର ନିଷ୍ପତ୍ତିର ଉପଯୁକ୍ତ ବିକଳ୍ପ ନିଆଯାଉ'

By

Published : Jul 3, 2020, 5:19 PM IST

ଭୁବନେଶ୍ବର: କୋରୋନା ପାଇଁ ଦେଶରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଏପରିକି ଅନେକ ଅନୁଷ୍ଠାନ ପକ୍ଷରୁ ହେବାକୁ ଥିବା ବାର୍ଷିକ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ସେହିପରି କେତେ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସତର୍କତା ଅବଲମ୍ବନ ପୂର୍ବକ ଏହାର ଆୟୋଜନ ନେଇ ବ୍ୟବସ୍ଥା କରାଯାଉଛି । ଏମିତି ସ୍ଥିତିରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ଶେଷ ବା ଫାଇନାଲ ସେମିଷ୍ଟାର ଅନଲାଇନ ମାଧ୍ୟମରେ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

'ବିପିୟୁଟିରେ ଅନଲାଇନ ସେମିଷ୍ଟାର ନିଷ୍ପତ୍ତିର ଉପଯୁକ୍ତ ବିକଳ୍ପ ନିଆଯାଉ'

ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରକାଶିତ 27 ପୃଷ୍ଠା ସମ୍ବଳିତ ନିୟମାବଳୀରେ ଏମିତି କିଛି ରହିଛି ଯାହାକୁ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷେ ପାଳନ କରିବା ସମ୍ଭବପର ନୁହେଁ । ଆହୁରି ମଧ୍ୟ ପରୀକ୍ଷା ଗୁଡିକ ବିଭିନ୍ନ କ୍ବାରେଣ୍ଟାଇନ ସେଣ୍ଟର ମାନଙ୍କରେ ଅନୁଷ୍ଠିତ ହେବ ବୋଲି ନିର୍ଦ୍ଦେଶ ରହିଥିବା ବିପିୟୁଟି ଷ୍ଟୁଡେଣ୍ଟ ଭଏସର କୃଷ୍ଣକାନ୍ତ ଷଢଙ୍ଗୀ ପ୍ରକାଶ କରିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ, ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଘୋର ନିନ୍ଦା କରାଯିବା ସହିତ ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ରଖିଛନ୍ତି । 24 ଘଣ୍ଟା ମଧ୍ୟରେ ଏନେଇ କୌଣସି ନିଷ୍ପତ୍ତି ନିଆନଗଲେ ଭବିଷ୍ୟତରେ ଯେଉଁ ଛାତ୍ର ଅସନ୍ତୋଷ ଦେଖାଦେବ ସେଥିପାଇଁ କର୍ତ୍ତୃପକ୍ଷ ଦାୟୀ ରହିବେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details