ଭୁବନେଶ୍ବର:Esplanadeର ଅନଲାଇନ ଖାଦ୍ୟଯୋଗାଣ ଅନିୟମିତତାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଲେ ସ୍ବିଗି ଜୋମାଟୋ ଡେଲିଭରି ବୟ । ଗ୍ରାହକଙ୍କ ଖାଦ୍ୟ ଅର୍ଡ଼ରର ୧୫ ମିନିଟ ଭିତରେ ଡେଲିଭରିର ବ୍ୟବସ୍ଥା ରହିଥିବା ବେଳେ ଖାଦ୍ୟ ରେଡି କହି ଡେଲିଭରି କର୍ମଚାରୀଙ୍କୁ ଘଣ୍ଟା ଘଣ୍ଟା ଛିଡା କରି ରଖୁଥିବା ଅଭିଯୋଗ କରିଥିଲେ କର୍ମଚାରୀ ।
କାରଣ ଡେଲିଭରି ବିଳମ୍ବକୁ ନେଇ ଗ୍ରାହକଙ୍କ ଖରାପ ରେଟିଙ୍ଗକୁ ଯୋଗୁଁ ପ୍ରଭାବିତ ହେଉଛନ୍ତି ଡେଲିଭରି ବୟ । ଯେଉଁଥିପାଇଁ ସେମାନଙ୍କୁ କମ୍ପାନୀକୁ ପେନାଲ୍ଟି ଦେବାକୁ ପଡିଥାଏ । ଅର୍ଥାତ, ଖାଦ୍ୟର ସମ୍ପୂର୍ଣ୍ଣ ଦାମ ଡେଲିଭରି ବୟକୁ ହିଁ ଦେବାକୁ ପଡିଥାଏ । ଯାହା ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା ସଦୃଶ୍ୟ । ଅର୍ଥାତ ଦୈନଦିନର ବ୍ୟୟଠାରୁ ବଳିଯାଏ ପେନାଲ୍ଟି । ଯାହାକୁ ନେଇ ବର୍ଷେ ହେଲା ଅଭିଯୋଗ କରି ବେଶ ଅତିଷ୍ଠ ହୋଇପଡିଥିଲେ କର୍ମଚାରୀମାନେ ।